Odia News Portal

୧୦୦ କି.ମି ପବନ ବହିବ


ଅଧିକ ଘନାଉଛି ବାତ୍ୟା ଜୱାଦ । ଯାହାକୁ ନେଇ ଧୀରେ ଧୀରେ ତାର ଗତିବିଧି ଉପରେ ମଧ୍ୟ ନଜର ରଖାଯାଉଛି । ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଅ ବପାତରେ ପରିଣତ ହେବ ବାତ୍ୟା । ୩ ତାରିଖ ସନ୍ଧ୍ୟା କିମ୍ବା ରାତି ସମୟରେ ଏହା ବାତ୍ୟାରେ ପରିଣତ ହୋଇପାରେ । ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡିଶା ଉପକୂଳ ସମୁଦ୍ରରେ କେନ୍ଦ୍ରୀଭୂତ ହେବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଏହାର ପ୍ରବାବରେ ୩ ତାରିଖରୁ ଓଡିଶାରେ ବର୍ଷା ହେବ । ବର୍ଷାର ପରିମାଣ ମଧ୍ୟ ଧୀରେ ଧୀରେ ବୃଦ୍ଧି ପାଇବ । ୩ ତାରିଖ ସନ୍ଧ୍ୟା କିମ୍ବା ରାତି ସମୟରେ ଏହା ବାତ୍ୟାରେ ପରିଣତ ହୋଇପାରେ । ୪ ତାରିଖରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ନିକଟସ୍ଥ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।