ଆଗକୁ ଆସୁଛି ନୂଆ ବର୍ଷ । ବିଭିନ୍ନ ସ୍ଥାନରେ ଭୋଜି ଭାତର ଆସର ଜମିବା ଆରମ୍ଭ ହୋଇଗଲାଣି । କିନ୍ତୁ କରୋନା ପାଇଁ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବନ୍ଦ ରହିଛି । ଡିସେମ୍ବର ୧ ରୁ ନନ୍ଦନକାନନରେ ଭୋଜି ଭାତ ପାଇଁ ଅନୁମତି ମିଳିଛି । କରୋନା କଟକଣା ମାନି ଭୋଜିଭାତ କରିବା ପାଇଁ ନନ୍ଦନକାନନ କର୍ତ୍ତୁପକ୍ଷ ଅନୁମତି ଦେଇଛନ୍ତି । ଯେଉଁମାନେ ଭେଜିଭାତ କରିବାକୁ ଚାହୁଁଛନ୍ତି ସେମାନେ ଅଫିସିଆଲ ୱେବସାଇଟ ଯାଇ ବୁକିଂ କରିପାରିବେ ।
ନନ୍ଦନକାନନରେ ଥିବା ବଟନିକାଲ ଗାର୍ଡେନର ପିଣ୍ଡି ଏବଂ କଟେଜକୁ ବୁକ କରିବା ପରେ ପର୍ଯ୍ୟଟକ ଯାଇ ଭୋଜି ଭାତ କରିପାରିବେ । ଏଠାରେ ଥିବା ମୋଟ୍ ୬୪ ଖୋଲା ପିଣ୍ଡିରୁ ଛୋଟ ୫ଟି ପିଣ୍ଡିର ଟିକେଟ୍ ମୂଲ୍ୟ ୩୦୦ ଟଙ୍କା, ୫୯ଟି ବଡ଼ ପିଣ୍ଡିର ଟିକେଟ ମୂଲ୍ୟ ୫୫୦ଟଙ୍କା ରହିଛି। ୮ଟି ପିକ୍ନିକ୍ ସେଡ୍ ବା ରୋଷଶାଳାର ମୂଲ୍ୟ ୧୧୦୦ଟଙ୍କା ରହିଛି । ୧୦ଟି ସ୍ବତନ୍ତ୍ର ପିଣ୍ଡିର ମୂଲ୍ୟ ୧୬୦୦ ଟଙ୍କା, ୨ଟି ହଲିଉଡ୍ କଟେଜ୍ର ଟିକେଟ୍ ମୂଲ୍ୟ ୨୬୦୦ ଟଙ୍କା ଲେଖାଏ ଓ ଗୋଟିଏ ଏଫ୍ଆର୍ଏଚ୍ କଟେଜ୍ର ଟିକେଟ ମୂଲ୍ୟ ୨୬୦୦ ଟଙ୍କା ରଖାଯାଇଛି । ସେହିଭଳି ୧୨ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ପ୍ରବେଶ ଟିକେଟ ଦର ୨୦ ଟଙ୍କା ରହିଛି।