ସ୍ୱାଧିକାର ନ୍ୟୁଜ : କରୋନାରୁ ମୁକ୍ତ ହେଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ଆଜି ସୁରଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିବା ପରେ ସେ ସମସ୍ତଙ୍କୁ ସାଟିଫିକେଟ୍ ଦେଖାଇଛନ୍ତି । କରୋନରୁ ମୁକ୍ତ ହେବା ପରେ ଖୁସି ଜାହିର କରିଛନ୍ତି ସୁର । କହିଛନ୍ତି ସଂଗରୋଧରେ ରହିବା ଜେଲରେ ରହିବା ସହ ସମାନ । ଏହା ଯନ୍ତ୍ରଣାଦାୟକ ବୋଲି କହିଛନ୍ତି ସେ । ତେବେ ତାଙ୍କ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରିଥିବା ପ୍ରତ୍ୟେକ ଲୋକଙ୍କୁ ସେ ଧନ୍ୟବାଦ ଜଣାଇବା ସହ ଇଶ୍ୱରଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ଗତ ୧୭ ତାରିଖରେ ସୁର କରୋନାରେ ସଂକ୍ରମିତ ହୋଇଥିଲେ । ତାଙ୍କ ପତ୍ନୀଙ୍କର ମଧ୍ୟ କୋଭିଡ ପଜିଟିଭ୍ ବାହାରିଥିଲା । ପତ୍ନୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ସୁର କିନ୍ତୁ ବାହାରେ ବୁଲିଥିଲେ । ପରେ ସମାଲୋଚନାର ଶୀକାର ହେବାରୁ ନିଜକୁ ସଂଗରୋଧରେ ରଖିଥିଲେ । ତେବେ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଥିବା କହିଛନ୍ତିି ।