ଆଜିକା ତାରିଖରେ ଭାରତରେ ପ୍ରାୟ ୨୦ କୋଟିରୁ ଅଧିକ ଲୋକ ହ୍ୱାଟ୍ସ ଆପ ବ୍ୟବହାର କରୁଛନ୍ତି | ହ୍ୱାଟ୍ସ ଆପ ଯେ କେବଳ ଗୋଟେ ସୋସିଆଲ ମିଡ଼ିଆ ଆପ ତା ନୁହେଁ | ବରଂ ଆମର ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ ଅଂଶ ହୋଇସାରିଲାଣି| ହ୍ୱାଟ୍ସ ଆପ ଜରିଆରେ ଆମେ ଆମର ଗୁରୁତ୍ୱପୂର୍ଣ ଡକ୍ୟୁମେଣ୍ଟ, ମିଡ଼ିଆ ଫାଇଲ ଏବଂ ଆହୁରି ଅନେକ ଜିନିଷ ସହଜରେ ଆଉ ଜଣଙ୍କ ପାଖକୁ ପଠାଇପାରୁ | ଯେଉଁଥିପାଇଁ କି ଏବେ ହ୍ୱାଟ୍ସ ଆପ ଅଫିସିଆଲ କାମରେ ମଧ୍ୟ ଜରୁରୀ ହୋଇପଡିଲାଣି | କିନ୍ତୁ ବେଳେ ବେଳେ ଆମକୁ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ମଧ୍ୟ ପଡିଥାଏ | ବେଳେ ବେଳେ ଅଜାଣତରେ ଆମର କିଛି ଦରକାରୀ ମେସେଜ ଡିଲିଟ ହୋଇଯାଇଥାଏ | ଯାହା ଫଳରେ ଆମକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ |
ଆସନ୍ତୁ ଜାଣିବା କଣ କଲେ ଡିଲିଟ ହେଇଯାଇଥିବା ମେସେଜ ପୁଣି ପାଇ ପାରିବ …..
୧. ଆପଣଙ୍କ ସ୍ମାର୍ଟ ଫୋନରେ ହ୍ୱାଟ୍ସ ଆପ ଥିବା ଜରୁରୀ
୨. ଇଣ୍ଟରନେଟ କନେକ୍ସନ ସକ୍ରିୟ ଥିବା ଆବଶ୍ୟକ
୩. ଆପଣଙ୍କ ଫୋନ ଆଣ୍ଡ୍ରଏଡ ୪.୪ କିମ୍ବା ତା’ଠୁ ଉପର ଭର୍ସନର ହେଇଥିବା ଆବଶ୍ୟକ
ଡିଲିଟ ମେସେଜ ରିଷ୍ଟୋର କରିବା ଉପାୟ…..
-ପ୍ଲେ ଷ୍ଟୋରକୁ ଯାଇ ନୋଟିଫିକେସନ ହିଷ୍ଟ୍ରୀ ଆପ ଡାଉନଲୋଡ଼ କରନ୍ତୁ
-ଆପ ଡାଉନଲୋଡ଼ ହେଲା ପରେ ଓପନ କରି ନୋଟିଫିକେସନ ଏବଂ ଆଡମିନିଷ୍ଟ୍ରେଟର ର ପରମିସନ ଦିଅନ୍ତୁ
-ଏହା ପରେ ଆପ ସମସ୍ତ ନୋଟିଫିକେସନ ହିଷ୍ଟ୍ରୀ ରେକର୍ଡ କରିବା ଆରମ୍ଭ କରିବ ।
-ଏହା ପରେ ହ୍ୱାଟ୍ସ ଆପକୁ ଯାଆନ୍ତୁ
-ଯେଉଁ ବ୍ୟକ୍ତିଙ୍କ ମେସେଜ ରିଷ୍ଟୋର କରିବାକୁ ଚାହୁଁଛନ୍ତି ତାଙ୍କ ନମ୍ବର ବା ନାଁକୁ ଟ୍ୟାପ କରନ୍ତୁ
-ଡିଲିଟ ହୋଇଥିବା ମେସେଜ ପୁଣି ପାଇବେ
ଏହି ଆପ ସେହି ମେସେଜଗୁଡିକୁ ହିଁ ରିଷ୍ଟୋର କରିପାରିବ ଯାହାର ନୋଟିଫିକେସନ ଫୋନରେ ଆସିଥିବ କିମ୍ବା ଆପଣ ପଢ଼ିସାରିଥିବେ |