Odia News Portal

ଗୀତ ଗାଇଲେ ନାଗାର୍ଜୁନ

ମୁମ୍ବାଇ: ସାଉଥ ଜଗତରେ ଏବେ ନାଗା ଚୈତନ୍ୟ ଓ ନାଗାର୍ଜୁନାଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ବଙ୍ଗାରାଜୁ’ ଆଜିକାଲି ଚର୍ଚ୍ଚାରେ ରହିଛି। ସସପେନ୍ସ ଓ ରୋମାଞ୍ଚରେ ଭରପୁର ନୂଆ ଫିଲ୍ମ ବଙ୍ଗାରାଜୁର ଏବେ ଏକ ଲିରିକାଲ୍ ଗୀତ ରିଲିଜ୍ ହୋଇଛି । ନାଗା ଚୈତନ ଏହି ଗୀତକୁ ତାଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ମଧ୍ୟ ସେୟାର କରିଛନ୍ତି । ଗୀତରେ ନାଗାର୍ଜୁନା ନଜର ଆସିଛନ୍ତି । କେବଳ ଅଭିନୟ ନୁହେଁ ଏହି ଗୀତକୁ ସେ ଗାଉଥିବା ମଧ୍ୟ ଦେଖିବାକୁ ମିଳିଛି । ପୁଅ ନାଗା ଚୈତନ୍ୟ ତାଙ୍କର ଏହି ଗୀତକୁ ସେୟାର କରି କ୍ୟାପସନରେ ଲେକିଛନ୍ତି ଯେ , ‘ନାନା ତୁମ ସହିତ କେହି ମେଳ କରିପାରିବେ ନାହିଁ!

ତେବେ ଏହି ଗୀତ ରିଲିଜ୍ ପରେ ଦର୍ଶକ ଏହାକୁ ପସନ୍ଦ କରିଛନ୍ତି । ନାଗାର୍ଜୁନ ନିଜେ ଏହି ଗୀତକୁ ଗାଇଛନ୍ତି । ରବି କୁମାର ଏହାର ଲିରିକ୍ସ ଲେଖିଥିବା ବେଳେ ସଙ୍ଗୀତ ଦେଇଛନ୍ତି ଅନୁପ ରୁବେନ୍ସ । ତେବେ ବର୍ତ୍ତମାନ ନାଗାର୍ଜୁନ ଏବଂ ନାଗା ଚୈତନ୍ୟ ଏହି ଫିଲ୍ମର ସୁଟିଂ ପାଇଁ ପ୍ରିପେୟାର ହେଉଛନ୍ତି । ପୂର୍ବରୁ ମଧ୍ୟ ସାଉଥର ଏହି ବାପା-ପୁଅ ଯୋଡି କିଛି ଫିଲ୍ମରେ ଧମାଲ କରିଛନ୍ତି । ଫିଲ୍ମରେ ବି ନାଗାର୍ଜୁନାଙ୍କୁ ନାଗା ଚୈତନ୍ୟଙ୍କର ବାପା ଭୂମିକାରେ ଦେଖିବାକୁ ମିଳିଛି । ଆଉ ଏବେ ପୁଣି ଗୋଟେ ବ୍ଲକବଷ୍ଟର ନେଇ ଦର୍ଶକଙ୍କ ସାମ୍ନାକୁ ଆସୁଛନ୍ତି ଏହି ଯୋଡି । ଏହା ବ୍ୟତିତ ୨୦୨୨ରେ ନାଗା ଚୈତନ୍ୟଙ୍କର ଆଉ କିଛି ଫିଲ୍ମ ମଧ୍ୟ ଆସିବାକୁ ଯାଉଛି । ଅମୀର ଖାନ୍ଙ୍କ ଫିଲ୍ମ ‘ଲାଲ୍ ସିଂ ଚଢା’ରେ ସେ ଦେଖିବାକୁ ମିଳିବେ । ଏହାର ସୁଟିଂ ଶେଷ ହୋଇଥିବା ବେଳେ ବର୍ତ୍ତମାନ ବଙ୍ଗାରାଜୁ ଫିଲ୍ମର ସିଡ୍ୟୁଲରେ ସେ ବ୍ୟସ୍ତ ଅଛନ୍ତି । ଏହା ପରେ ବିକ୍ରମ କୁମାରଙ୍କ ନିର୍ଦ୍ଦେଶନାରେ ତାଙ୍କର ଫିଲ୍ମ ‘ଥ୍ୟାଙ୍କ୍ ୟୁ’ ନିର୍ମିତ ହୋଇଛି। ଦିଲ ରାଜୁଙ୍କ ଶ୍ରୀ ଭେଙ୍କଟେଶ୍ୱରା କ୍ରିଏସନ୍ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରରେ ନାଗାଙ୍କ ସହିତ ରାଶି ଖାନ୍ନା ଏବଂ ଅଭିକା ଗୋର ମଧ୍ୟ ଅଭିନୟ କରିଛନ୍ତି।