ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ପକ୍ଷରୁ ପ୍ରଥମ ପର୍ଯ୍ୟାୟ ସିଟ୍ ଆଲଟ୍ମେଣ୍ଟ ପ୍ରକାଶ ପାଇବ । ମଙ୍ଗଳବାର ସନ୍ଧ୍ୟାରେ ଓଜେଇଇ ପକ୍ଷରୁ ବି.ଟେକ୍, ବି.ଆର୍କ, ବି.କ୍ୟାଟ୍ ଓ ଇଣ୍ଟିଗ୍ରେଟେଡ୍ ଏମଏସସି ପାଠ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ସିଟ୍ ଆଲଟ୍ମେଣ୍ଟ ପ୍ରକାଶ ପାଇବ ।
ସିଟ୍ ଆଲଟ୍ମେଣ୍ଟ ପରେ ୧୨ ତାରିଖ ଯାଏ ଅନଲାଇନ ରିପୋର୍ଟିଂ ଚାଲିବ । ଏହି ସମୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ନାମଲେଖା ପାଇଁ ଅନଲାଇନରେ ଫି ଦାଖଲ କରିବା ସହ ଡକ୍ୟୁମେଣ୍ଟ ସବୁ ଅପଲୋଡ୍ କରିବେ । ସେହିପରି ଆଜିଠାରୁ ୧୩ ତାରିଖ ପର୍ଯ୍ୟନ୍ତ ସିଟ୍ ବଣ୍ଟନ ପ୍ରକ୍ରିୟା ନିଜକୁ ବାହାର ମଧ୍ୟ କରିପାରିବେ ।
ଏହାସହିତ ଆଗରୁ ପଞ୍ଜୀକରଣ କରିନଥିବା ଜେଇଇ ମେନ୍ ର୍ୟାଙ୍କଧାରୀ ଓ ସ୍ୱତନ୍ତ୍ର ଓଜେଇଇରେ ର୍ୟାଙ୍କ ପାଇଥିବା ଛାତ୍ରଛାତ୍ରୀ ୧୦ରୁ ୧୫ ତାରିଖ ଭିତରେ ଚଏସ୍ ଲକିଂ ସହ ପଞ୍ଜୀକରଣ କରିପାରିବେ । ୧୮ ତାରିଖରେ ୨ୟ ପର୍ଯ୍ୟାୟ ସିଟ୍ ଆଲଟ୍ମେଣ୍ଟ ବାହାରିବ । ଏହି ପର୍ଯ୍ୟାୟ ନାମଲେଖା ପାଇଁ ୧୮ରୁ ୨୦ ଅନଲାଇନ୍ ରିପୋର୍ଟି ହେବ ।