ଆଜି ପବିତ୍ର ଧନତେରାସ । କାର୍ତ୍ତିକ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଧନତେରାସ ପାଳନ କରାଯାଏ । ଏହାକୁ ସୌଭାଗ୍ୟ ବା ଧନର ଦିବସ ବୋଲି କୁହାଯାଏ । ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇଁ ଏହାକୁ ପାଳନ କରାଯାଏ । ଏହି ଦିନ ଘରକୁ ପରିଷ୍କାର କରିବା ସହ କିଛି ନୂଆ ଜିନିଷ କିଣାଯାଏ । ମୁଖ୍ୟ ଦ୍ବାରକୁ ସୁନ୍ଦର କରି ମାଙ୍କୁ ସ୍ବାଗତ କରାଯାଏ । ଆଜିର ଦିନରେ କିଛି ମୂଲ୍ୟବାନ ଜିନିଷ କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ବିଶ୍ବାସ ରହିଛି । ଆଜିର ଦିନରେ ସୁନା କିଣିଲେ ଘରକୁ ଭାଗ୍ୟଦେବୀ ଆସନ୍ତି ବୋଲି ଲୋକଙ୍କର ବିଶ୍ବାସ ରହିଛି । ଏହି ଦିନ ଲୋକମାନେ ସୁନା ଗହଣା ସହିତ ମାଆ ଲକ୍ଷ୍ମୀଙ୍କ ପ୍ରତିମା ଥିବା ରୁପା କଏନ୍ ଏବଂ ସୁନା କଏନ୍ କିଣିଥାନ୍ତି । ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଗହଣା ଦୋକାନରେ ବିଭିନ୍ନ ଅଫର ପ୍ରଦାନ କରାଯାଉଛି ।