Odia News Portal

ଜାଣନ୍ତୁ ୨୦୧୧ ବିଶ୍ୱକପରେ ଭାରତର ଯାତ୍ରା କିପରି ଥିଲା, ଚାମ୍ପିୟନ ହେବା ପଛରେ ଏହା ହିଁ ଥିଲା ମୁଖ୍ୟ କାରଣ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଚାଲିଛି କ୍ରିକେଟ ମାନିଆଁ । ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତ ପ୍ରିୟ ହେଉଛି କ୍ରିକେଟ । ତେବେ ଭାରତ ବିଶ୍ୱ କ୍ରିକେଟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଆଇସିସି ଦ୍ୱାରା ଆୟୋଜିତ ବଡ଼ ଟୁର୍ଣ୍ଣାମେଂଟ ଅଥବା ବିଶ୍ୱକପରେ ଭାରତ ଦୁଇଟି ଟାଇଟଲ ହାସଲ କରିଛି । ପ୍ରଥମ ବିଶ୍ୱକପ ୧୯୮୩ରେ ଜିତିଥିବା ବେଳେ ଦ୍ୱିତୀୟ କପ ଜିତିଥିଲା ୨୦୧୧ ମସିହାରେ । ଯାହାକି ସମସ୍ତ ଭାରତୀୟ ପ୍ରଂଶସକଙ୍କ ମନରେ ସବୁଦିନ ଲାଗି ସ୍ମୃତି ହୋଇ ରହିଛି । ତେବେ ଆସନ୍ତୁ ଜାଣିବା ଏହି ବିଶ୍ୱକପରେ ଭାରତର ସଂଘର୍ଷମୟ ଯାତ୍ରା କିପରି ଥିଲା ।

୨୦୧୧ ବିଶ୍ୱକପ ଭାରତ ଓ ବାଲାଂଦେଶ ଆୟୋଜନ କରିଥିଲେ । ଏସୀୟା ମହାଦେଶରେ ଆୟୋଜନ ହେଉଥିବାରୁ ଭାରତର ପଲ୍ଲା ଏକପ୍ରକାର ଭାରି ରହିଥିଲା । ଉଦଘାଟନୀ ମ୍ୟାଚରେ ଉଭୟ ଆୟୋଜକ ଟିମ୍ ଭାରତ ଓ ବାଲାଂଦେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଉଭୟ ଆୟୋଜକ ଦଳ ଗ୍ରୃପ ବିରେ ରହିଥିଲେ । ବାଲାଂଦେଶର ଢ଼ାକାରେ ଏହି ମ୍ୟାଚଟି ହେଉଥିବାର ଘରୋଇ ଦଳର ପ୍ରଭାବ ଅଧିକ ରହିବ ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ରଖୁଥିଲେ । ମାତ୍ର ସବୁକିଛି ଭୁଲ୍ ପ୍ରମାଣିତ କରିଥିଲା ଧୋନୀ ବାହିନୀ । ଭାର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର ମଧ୍ୟରେ ୩୭୦ ରନର ଏକ ବିଶାଳ ସ୍କୋର କରିଥିଲା । ଦଳ ପକ୍ଷରୁ ବିରେନ୍ଦ୍ର ସେହ୍ୱାଗ ଓ ବିରାଟ କୋହଲି ଉଭୟ ଶତକୀୟ ପାଳି ଖେଳିଥିଲେ ।

ସେହ୍ୱାଗ ୧୭୫ ରନ କରିଥିବା ବେଳେ କୋହଲି ଶହେ ରନ କରିଥିଲେ । ଏହାସହ ସଚିନ ୨୮ ଓ ଗମ୍ଭୀର ୩୯ ରନର ପାଳି ଖେଳିଥିଲେ । ୩୭୧ ରନର ପିଛା କରିବାକୁ ଯାଇ ବାଲାଂଦେଶ ନିର୍ଦ୍ଧାରିତ ୫୦ ଓଭର ମଧ୍ୟରେ ୯ ୱିକେଟ ହରାଇ ୨୮୩ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା । ଭାରତୀୟ ଦ୍ରୃତ ବୋଲର ମୁନାଫା ପଟେଲ ଏହି ମ୍ୟାଚରେ ସର୍ବାଧିକ ୪ଟି ୱିକେଟ ଅକ୍ତଆର କରିଥିଲେ । ଏହି ମ୍ୟାଚରେ ବିରେନ୍ଦ୍ର ସେହ୍ୱାଗଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ବିଚେଚନା କରାଯାଇଥିଲା । ତେବେ ଭାରତ ବିଜୟରୁ ହିଁ ଆରମ୍ଭ କରିଥିଲା ନିଜର ଅଭିଯାନ । ଏହାପରେ ଭାରି ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡକୁ ଭେଟିଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ସମସ୍ତ ୱିକେଟ ହରାଇ ୩୩୮ ରନ ସଂଗ୍ରହ କରିଥିଲା । କ୍ରିକେଟର ଭଗବାନ ବୋଲାଉଥିବା ସଚିନ ତେନ୍ଦୁଲକର ଏହି ମ୍ୟାଚରେ ଶତକୀୟ ପାଳି ଖେଳିଥିଲେ ।

ତାଙ୍କ ସହ ଗୌତମ ଗମ୍ଭୀର ଓ ଯୁବରାଜ ସିଂ ଅର୍ଦ୍ଧଶତକ ମଧ୍ୟ ଅର୍ଜନ କରିଥିଲେ । ତେବେ ବିଶାଳ ସ୍କୋର କରିଥିବା ଭାରତ ଜିତିବା ନେଇ ପ୍ରଂଶସକମାନେ ଏକପ୍ରକାର ଖୁସି ମନାଉଥିଲେ । ମାତ୍ର ଇଂଲଣ୍ଡ ଏହି ସ୍କୋରକୁ ପିଛା କରିବାକୁ ଯାଇ ଭାରତ ସହ ସମାନ ହୋଇଥିଲା । ୫୦ ଓଭର ଖେଳି ୮ ୱିକେଟ ବିନିମୟରେ ୩୩୮ ରନ କରି ମ୍ୟାଚକୁ ଟାଇ କରିଥିଲା । ଦଳ ପକ୍ଷରୁ ସାର ଆଣ୍ଡୁଷ୍ଟ୍ରସ ୧୫୮ ରନର ପାଳି ଖେଳି ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ । ତାଙ୍କ ସହ ଞାନ ବେଲ ୬୯ ରନର ପାଳି ଖେଳିଥିଲେ । ତେବେ ଏହି ମ୍ୟାଚରେ ଭାରତ ପକ୍ଷରୁ ଜାହିର ଖାନ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ । ତେବେ ମ୍ୟାଚ ଟାଇ ହେବା ପରେ ପଏଣ୍ଟ ଭାଗ ବଂଟା ହୋଇଥିଲା । ଏହାପରେ ଭାରତ ତୃତୀୟ ମ୍ୟାଚରେ ପ୍ରତମଥର ଲାଗି ବିଶ୍ୱକପ ଖେଳୁଥିବା ଆୟାରଲ୍ୟାଣ୍ଡକୁ ଭେଟିଥିଲା ।

ଦୁର୍ବଳ ଦଳ ଭାବି ପ୍ରଂଶସକମାନେ ମଜାକ ଉଡାଉଥିଲେ । ମାତ୍ର ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଆୟାରଲ୍ୟାଣ୍ଡ ୪୭ ଓଭର ୫ଟି ବଲ ଖେଳି ୨୦୭ ରନ ସଂଗ୍ରହ କରିଥିଲା । ଯୁବରାଜ ସିଂ ଏହି ମ୍ୟାଚରେ ବୋଲିଂ କରି ୫ଟି ୱିକେଟ ଅକ୍ତିଆର କରିଥିଲେ । ତେବେ ୨୦୮ରନର ବିଜୟ ଲକ୍ଷକୁ ପାର କରିବା ଲାଗି ଭାରତ ୫ଟି ୱିକେଟ ହରାଇଥିଲା । ୪୬ ଓଭରରେ ଭାରତ ବିଜୟ ହୋଇଥିଲା । ଏହି ମ୍ୟାଚରେ ଯୁବରାଜ ସିଂ ସର୍ବାଧିକ ୫୦ ରନ କରିଥିଲେ । ତେବେ ୫ଟି ୱିକେଟ ନେବା ସହ ଅର୍ଦ୍ଧଶତକୀୟ ପାଳି ଯୋଗୁଁ ତାଙ୍କୁ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ କରାଯାଇଥିଲା । ଭାରତ ତାର ତଚର୍ଥ ମ୍ୟାଚରେ ନେଦରଲ୍ୟାଣ୍ଡକୁ ଭେଟିଥିଲା । ପ୍ରଥମ ବ୍ୟାଟିଂ କରିଥିବା ନେଦରଲ୍ୟାଣ୍ଡ ୪୬ ଓଭର ୪ଟି ବଲ ଖେଳି ୧୮୯ ସଂଗ୍ରହ କରିଥିଲା । ଭାରତ ପକ୍ଷରୁ ଜାହିର ଖାନ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିବା ବେଳେ ଯୁବରାଜ ସିଂ ପିୟୁସ ଚାୱାଲା ୨ଟି ଲେଖାଏଁ ୱିକେଟ ଅକ୍ତଆର କରିଥିଲେ । ସେପଟେ ଏହି ଲୋସ୍କୋରିକୁ ମ୍ୟାଚରେ ମଧ୍ୟ ଟ୍ୱିଷ୍ଟ ଦେଖିବାକୁ ମିଳିଥିଲା । ଭାରତ ବିଜୟ ହେବାକୁ ଯାଇ ୫ଟି ୱିକେଟ ହରାଇଥିଲା ।

ଏହି ମ୍ୟାଚରେ ମଧ୍ୟ ଯୁବରାଜ ସିଂ ସର୍ବାଧିକ ୫୧ ରନ ସଂଗ୍ରହ କରିଥିଲେ । ତାଙ୍କ ପଛକୁ ରହିଥିଲେ ସେହ୍ୱାଗ, ସେ ୩୯ ରନର ପାଳି ଖେଳିଥିଲେ । ସେପଟେ ଏହି ମ୍ୟାଚରେ ମଧ୍ୟ ଯୁବରାଜସିଂଙ୍କ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ । ପଞ୍ଚମ ମ୍ୟାଚରେ ଭାରତ ଶକ୍ତିଶାଳୀ ଦଳ ଦକ୍ଷିଣ ଆଫ୍ରିକାକୁ ଭେଟିଥିଲା । ଦଳ ପ୍ରଥମେ ବ୍ୟାଟିଂ କରି ୪୮ ଓଭର ୪ଟି ବଲରେ ସମସ୍ତ ୱିକେଟ ହରାଇ ୨୯୬ ରନ ସଂଗ୍ରହ କରିଥିଲା । ସଚିନ ତେନ୍ଦୁରକର ଏହି ମ୍ୟାଚରେ ସର୍ବାଧିକ ୧୧୧ ରନ କରିଥିଲେ । ତାଙ୍କ ସହ ଗୌତମ ଗମ୍ଭୀର ୬୯ ରନର ପାଳି ଖେଳିଥିଲେ । ମାତ୍ର ଦଳର ଅନ୍ୟ କୌଣସି ଖେଳାଳୀ ସେମିତିକି ଆଖି ଦୃଷ୍ଟିଆ ଖେଳ ଖେଳି ନାହାଁନ୍ତି । ଏପରିକି ଦଳର ୬ଜଣ ଖେଳାଳୀ ଦୁଇଅଙ୍କ ଛୁଇଁ ନଥିଲେ । ସେମାନଙ୍କ ମଧ୍ୟରୁ ୪ଜଣ ଖାତା ମଧ୍ୟ ଖୋଲି ନାହାଁନ୍ତି ।

ଦକ୍ଷିଣ ଆଫ୍ରିକୀୟ ଦ୍ରୃତ ବୋଲର ଡେଲ ଷ୍ଟେନ ଏହି ମ୍ୟାଚରେ ୫ଟି ମୂଲ୍ୟବାନ ୱିକେଟ ଅକ୍ତିଆର କରିଥିଲେ । ୨୯୭ ରନର ବିଜୟ ଲକ୍ଷକୁ ପିଛା କରିବାକୁ ଯାଇ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ଓଭରର ୨ଟି ବଲ ପୂର୍ବରୁ ଜିତିଥିଲା । ଏହି ମ୍ୟାଚଟି ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା । ମାତ୍ର ଶେଷରେ ଡୁପ୍ଲେସି ଓ ରବିନ ପିଟରସନ ମ୍ୟାଚଟି ଜିତାଇଥିଲେ । ୫ ୱିକେଟ ଅକ୍ତଆର କରିଥିବା ଦକ୍ଷିଣ ଆଫ୍ରିୟ ବୋଲର ଡେଲ ଷ୍ଟେନ ଏହି ମ୍ୟାଚରେ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ । ଜିତିବା ହାରିବା ମଧ୍ୟରେ ଭାରତ ନିଜର ସଂଘର୍ଷ ଜାରି ରଖିଥାଏ । ପ୍ରଂଶସକମାନେ ମଧ୍ୟ ବେଶ ଉତ୍ସାହର ସହ ଖେଳର ମଜାର ନେଉଥିଲେ । ଏହାପରେ ଭାରତ ଶେଷ ଲିଗ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ଭେଟିଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ୪୯ ଓଭର ଗୋଟିଏ ବଲରେ ସମସ୍ତ ୱିକେଟ ହରାଇ ୨୬୮ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଯୁବରାଜ ସିଂ ସର୍ବାଧିକ ୧୧୩ ରନ ସଂଗ୍ରହ କରିଥିଲେ ।

ତାଙ୍କ ପଛକୁ ବିରାଟ କୋହଲି ୫୯ ରନ କରିଥିଲେ । ଏହି ମ୍ୟାଚରେ ମଧ୍ୟ ଭାରତର ୫ଜଣ ଖେଳାଳୀ ଦୁଇ ଅଙ୍କ ଛୁଇଁ ନଥିଲେ । ୱେଷ୍ଟଇଣ୍ଡିଜ ବୋଲର ରବି ରାମପଲ ଏହି ମ୍ୟାଚରେ ୫ଟି ୱିକେଟ ଅକ୍ତିଆର କରିଥିଲେ । ସେପଟେ ୨୬୯ ରନକୁ ପିଛା କରିବାକୁ ଯାଇ ଇଣ୍ଡିଜ ମାତ୍ର ୧୮୮ରେ ଅଲଆଉଟ୍ ହୋଇଯାଇଥିଲା । ଭାରତୀୟ ବୋଲରମାନେ ଭାଗ ବାଂଟି ସମସ୍ତ ୱିକେଟ ନେଇଥିଲେ । ତେବେ ଜାହିର ଖାନା ସର୍ବାଧିକ ୩ଟି ୱିକେଟ ଅକ୍ତଆର କରିଥିବା ବେଳେ ଯୁବରାଜ ସିଂ ଓ ଅଶ୍ୱିନୀ ୨ଟି ଲେଖାଏଁ ୱିକେଟ ପାଇଥିଲେ । ଶତକୀୟ ପାଳି ସାଙ୍ଗକୁ ଉଚକୋଟିର ବୋଲିଂ ଲାଗି ଟୁର୍ଣ୍ଣାମେଂଟରେ ତୃତୀୟଥର ଲାଗି ଯୁବରାଜ ପ୍ଲେୟାର ଅଫ ଦ ମ୍ୟାଚ ହୋଇଥିଲେ । ଭାରତ ୪ଟି ମ୍ୟାଚ ବିଜୟ ସହ କ୍ୱାଲିଫାୟର ଲାଗି ନିଜର ସ୍ଥାନ ପକ୍କା କରିଥିଲା । କ୍ୱାଲିଫାୟର ମ୍ୟାଚରେ ଭାରତ ବିଶ୍ୱର ଶକ୍ତିଶାଳୀ ଦଳ ଅଷ୍ଟ୍ରେଲିଆକୁ ଭେଟିଥିଲା । ଜିତିବା ହାରିବାକୁ ନେଇ ମ୍ସ୍ଙ୍କ ମଧ୍ୟରେ ଏକପ୍ରକାର ଚର୍ଚ୍ଚା ଆରମ୍ଭ ହୋଇଥିଲା ।

ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲବଭାଇ ପଟେଲ ଷ୍ଟାଡିୟମରେ ଆୟେିତ ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟି କରି ନିର୍ଦ୍ଧାରିତ ଓଭର ମଧ୍ୟରେ ୬ ୱିକେଟ ହରାଇ ୨୬୦ ରନ ସଂଗ୍ରହ କରିଥିଲା । ଦଳର ଅଧିନାୟକ ରିଙ୍କିଣ୍ଟପଟିଂ ସବାଧିକ ୧୦୪ ରନର ପାଳି ଖେଳିଥିଲେ । ତାଙ୍କ ସହ ବ୍ରାଡ ହାଡିନ ୫୩ ରନ କରିବାରେ ସକ୍ଷମ ହୋଇଥିଲେ । ତେବେ ଭାରତ ପକ୍ଷରୁ ଅଶ୍ୱିନୀ,ଜାହିର ଓ ଯୁବରାଜ ୨ଟି ଲେଖାଏଁ ୱିକେଟ ଅକ୍ତଆର କରିଥିଲେ । ୨୬୧ ରନର ବିଜୟ ଲକ୍ଷକୁ ଭାରତ ୪୭ ଓଭର ୪ଟି ବଲରେ ୫ ୱିକେଟ ବିନିମୟରେ ଜିତି ନେଇଥିଲା । ଦଳ ପକ୍ଷରୁ ଯୁବରାଜ ସିଂ ସର୍ବାଧିକ ୫୭ ରନର ପାଳି ଖେଳିଥିବା ବେଳେ ସଚିତ ୫୩ ଓ ଗମ୍ଭିର ୫୦ ରନ କରିଥିଲେ ।

ଯୁବରାଜ ସିଂ ଚତୁର୍ଥ ଥର ଲାଗି ପୁନର୍ବାର ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ । ଏହି ମ୍ୟାଚ ବିଜୟ ସହ ଭାରତ ସେମିଫାଇନାଲରେ ପ୍ରବେଶ କରିଥାଏ । ସେମିଫାଇନାଲରେ ଭାରତ ତାର ପାରବାରିକ ପ୍ରତିଦ୍ୱନ୍ଦି ପାକିସ୍ତାନକୁ ଭେଟିଥିଲା । ଏହି ମ୍ୟାଚ ଦେଖିବା ଲାଗି ଷ୍ଟାଡିୟମରେ ଖଚାଖଚ ଭିଡ଼ ହୋଇଥିଲା । ମୋହାଲି ଷ୍ଟିଡିୟମରେ ଦେଖିବାକୁ ମିଳିଥିଲା ମୁଣ୍ଡମାଳ । ସେମିଫାଇନାଲରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର ମଧ୍ୟରେ ୨୬୦ ରନ ସଂଗ୍ରହ କରିଥିଲା । ଏହି ମ୍ୟାଚରେ ସଚିନ ସର୍ବାଧିକ ୮୫ ରନ କରିଥିଲେ । ଦଳର ଅନ୍ୟ କୌଣସି ଖେଳାଳୀ ଅର୍ଦ୍ଧଶତକ ଅର୍ଜନ କରିନଥିଲେ । ତାଙ୍କ ପଛକୁ ସେହ୍ୱାଗ ୩୮ରନ କରିବାରେ ସକ୍ଷମ ହୋଇଥିଲେ । ପାକିସ୍ତାନୀ ଦ୍ରୃତ ବୋଲର ୱାବାବ ରିଆଜ ୫ ଏହି ମ୍ୟାଚରେ ୫ଟି ୱିକଟେ ଅକ୍ତିଆର କରିଥିଲେ ।

ସେପଟେ ୨୬୧ ରନକୁ ପିଛା କରିବାକୁ ଯାଇ ପାକିସ୍ତାନ ୨୩୧ ରନରେ ଅଲଆଉଟ ହୋଇଯାଇଥିଲା । କେବଳ ମିଶବା ଉଲହକ୍କ ୫୬ ରନ କରିଥିଲେ । ଦଳର ଅନ୍ୟ କୌଣସି ଖେଳାଳୀ ବଡ଼ ସ୍କେର କରିପାରିନଥିଲେ । ଭାରତ ପକ୍ଷରୁ ବୋଲି କରିଥିବା ୫ଜଣଯାକ ବୋଲର ୨ଟି ଲେଖାଏଁ ୱିକେଟ ଅକ୍ତଆର କରିଥିଲେ । ସେମିଫାଇନାଲରେ ସଚିନଙ୍କୁ ପ୍ଳେୟାର ଅଫ ଦ ମ୍ୟାଚ ବିବେଚିତ କରାଯାଇଥିଲା । ସେପଟେ ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ପ୍ରବେଶ କରିଥିବା ଶ୍ରୀଲଙ୍କା ସହ ଭାରତର ଫାଇନାଲ ମୁକାବିଲା ହୋଇଥିଲା । ଦୁଇ ଏସୀୟ ମହାଦେଶର ଦଳ ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମରେ ଭେଟାଭେଟି ହୋଇଥିଲେ । ଫାଇନାଲ ମହାସମରରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭର ମଧ୍ୟରେ ୬ ୱିକେଟ ହରାଇ ୨୭୪ ରନ ସଂଗ୍ରହ କରିଥିଲା । ଦଳର ଅଭିଜ୍ଞ ଖେଳାଳୀ ମାହେଲା ଜୟବର୍ଦ୍ଧନ ଏହି ମ୍ୟାଚରେ ୧୦୩ ରନର ଶତକୀୟ ପାଳି ଖେଳିଥିଲେ ।

ଦଳର ଅନ୍ୟ କୌଣସି ଖେଳାଳୀ ଅର୍ଦ୍ଧଶତକ ଅର୍ଜନ କରିନଥିଲେ । ତାଙ୍କ ପଛକୁ ୱକେଟ କିପର ଅଧିନାୟକ କୁମାରା ସାଙ୍ଗାକାରା ୪୮ ରନ କରିଥିଲେ । ସେପଟେ ଭାରତ ପକ୍ଷରୁ ଜାହିର ଖାନ ଓ ଯୁବରାଜ ସିଂ ୨ଟି ଲେଖାଏଁ ୱିକେଟ ଏବଂ ହରଭଜନ ସିଂ ୧ ୱିକେଟ ଅକ୍ତିଆର କରିଥିଲେ । ସେପଟେ ୨୭୫ ରନକୁ ପିଛା କରିବାକୁ ଯାଇ ଭାରତ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲା । ସିଂହଳି ଦ୍ରୃତବୋଲର ଲସିଥ ମାଲିଙ୍ଗାଙ୍କ ଘାତକ ବୋଲିଂରେ ଭାରତ ଧରାଶାୟୀ ହେବାକୁ ବସିଥିଲା । ପ୍ରଥମ ଓଭରରେ ସ୍ୱେହାଗଙ୍କୁ ଆଉଟ କରିଥିଲେ ମାଲିଙ୍ଗା । ଏହାପରେ ମାତ୍ର ୧୮ ରନ ସଂଗ୍ରହ କରିଥିବା ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ପାଭିଲିୟନ ଫେରାଇଥିଲେ ମାଲିଙ୍ଗା ।

ଗୌତମ ଗମ୍ଭୀରଙ୍କ ଧର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ଓ କୋହଲିଙ୍କ ସାଥ ଲାଗି ଭାରତ ପୁଣିଥରେ ବିଜୟ ପଥରେ ଆଗେଇ ଚାଲିଲା । ମାତ୍ର କୋହଲି ୩୫ ରନରେ ଆଉଟ ହୋଇଯାଇଥିଲେ । ପରେ ପରେ ଗମ୍ଭୀର ୯୭ ରନ କରି ପାଭିଲିୟନ ଫେରିଯାଇଥିଲେ । ଭାରତ ପୁଣିଥରେ ସଙ୍କଟ ପରିସ୍ଥିତିରେ ପଡ଼ିଥିଲା । ତେବେ ଧୋନୀ ଏବଂ ଯୁବରାଜଙ୍କ ବଡ଼ ସଟ ଓ ଧର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ଭାରତକୁ ଟାଇଟଲ ହାସଲ କରାଇଥିଲା ।

ଧୋନୀ ୯୧ ରନ କରିଥିବା ବେଳେ ଯୁବରାଜ ୨୧ ରନର ମହତ୍ୱପୂର୍ଣ୍ଣ ପାଳି ଖେଳିଥିଲେ । ଶେଷରେ ଧୋନୀ ଛକା ମାରି ମ୍ୟାଚ ବିଜୟୀ କରିବାର ଦୃଶ୍ୟ ଆଜି ମଧ୍ୟ ସମସ୍ତଙ୍କ ଆଖିରେ ନାଚି ଉଠୁଛି । ଭାରତ ଦ୍ୱିତୀୟ ଥର ଲାଗି ବିଶ୍ୱକପ ଟାଇଟଲ ହାସଲ କରିଥିଲା । ମୁମ୍ବାଇର ୱାଖଡେ ଷ୍ଟାଡିୟମ ରଙ୍ଗ ବେରଙ୍ଗ ଲାଇଟ ସାଙ୍ଗକୁ ବାଣର ପ୍ରକମ୍ପରେ ଥରି ଉଠିଥିଲା । ଆଉ ସମସ୍ତ ଭାରତୀୟ ପ୍ରଂଶସକଙ୍କ ଲାଗି ଏହା ସ୍ମୃତି ହୋଇ ରହିଗଲା । ଫାଇନାଲ ମ୍ୟାଚରେ ବିଜୟୀ କରିଥିବା ଦୁଇ ଖେଳାଳୀ ତଥା ଧୋନୀ ପ୍ଳେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିବା ବେଳେ ଟୁର୍ଣ୍ଣାମେଂଟରେ ଭଲ ବ୍ୟାଟିଂ ଓ ବୋଲିଂରେ ଯାଦୁ ଦେଖାଇଥିବା ଯୁବରାଜ ପ୍ଲେୟାର ଅଫ ଦ ସିରିଜ ବିବେଚିତ ହୋଇଥିଲେ ।