ନୂଆଦିଲ୍ଲୀ: ହିନ୍ଦୁ ବିବାହିତ ନାରୀଙ୍କ ଲାଗି ମଙ୍ଗଳସୂତ୍ର ହେଉଛି ବହୁ ଗୁରୁତ୍ୱପୂର୍ଣ୍ଣ । ତେବେ ମଙ୍ଗଳସୂତ୍ରର ବିଜ୍ଞାପନକୁ ଅଶାଳିନ ଭାବେ ଦର୍ଶାଇଥିବା ଅଭିଯୋଗ ଆସିଛି ଅଭିନେତ୍ରୀ ସବ୍ୟସାଚୀ ମୁଖାର୍ଜୀଙ୍କ ନାଁରେ । ସେ ଅର୍ଦ୍ଧଲଗ୍ନ ହୋଇ ଜଣେ ପୁରୁଷଙ୍କ ସହ ରହି ମଙ୍ଗଳସୂତ୍ରର ବିଜ୍ଞାପନ କରିଛନ୍ତି । ଏଭଳି ଅନେକ ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ୟୁଜର୍ସମାନେ ତାଙ୍କୁ ଖରାପ ଭାଷାରେ ଗାଳି କରିବା ସହ ହିନ୍ଦୁ ଧର୍ମକୁ ଅବମାନନା କରାଯାଉଥିବା ଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି । ମହାରାଷ୍ଟ୍ରର ପାଲଘର ଜିଲ୍ଲା ବିଜେପିର ଆଇନ ପରାମର୍ଶଦାତା ଆଡଭୋକେଟ୍ ଆଶୁତୋଷ ଦୁବେ ଶନିବାର ଫ୍ୟାଶନ୍ ଡିଜାଇନର୍ ସବ୍ୟସାଚୀ ମୁଖାର୍ଜୀଙ୍କୁ ମଙ୍ଗଳସୂତ୍ର ଧାରଣ କରିଥିବା ବିଜ୍ଞାପନରେ ‘ଅର୍ଦ୍ଧ ଉଲଗ୍ନ ମଡେଲ୍’ ବ୍ୟବହାର କରି ଧାର୍ମିକ ଭାବନାକୁ ଆଘାତ ଦେଇଥିବାରୁ ଏକ ନୋଟିସ୍ ଜାରି କରିଛନ୍ତି। ଏହି ନୋଟିସରେ ସମଗ୍ର ହିନ୍ଦୁ ସମ୍ପ୍ରଦାୟ ତଥା ହିନ୍ଦୁ ବିବାହକୁ ଅପମାନିତ କରିଥିବାରୁ ୧୫ ଦିନ ମଧ୍ୟରେ ବିଜ୍ଞାପନ ହଟାଇବାକୁ କୁହାଯାଇଛି।