ନୂଆପଡ଼ା: ବିଜେପି ଜାତୀୟ ମହିଳା ମୋର୍ଚ୍ଚାର ଅଧ୍ୟକ୍ଷା ସମେତ ୩ ଜଣିଆ କେନ୍ଦ୍ରୀୟ ମହିଳା ଦଳ ଓଡ଼ିଶା ଗସ୍ତରେ ଆସିଛନ୍ତି । ଜାତୀୟ ମହିଳା ମୋର୍ଚ୍ଚା ସଭାପତି ଭି .ଶ୍ରୀନିବାସନ,ଶୀର୍ଷା ହରିୟାଣା ଲୋକସଭା ସାଂସଦ ସୁନିତା ଦୁଗଲ ,ପଶ୍ଚିମବଙ୍ଗ ବିଧାୟକ ଶ୍ରୀ ରୂପା ମିତ୍ର ଚୌଧୁରୀ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ସେମାନେ ବଲାଙ୍ଗୀର ଜିଲ୍ଲାର ଝରଣୀ ଗାଁ କୁ ଯାଇ ମମିତାଙ୍କ ପରିବାରକୁ ଭେଟିଛନ୍ତି । ପରେ ସେମାନେ କଳାହାଣ୍ଡି ମହାଲିଙ୍ଗି ପବ୍ଲିକ ସ୍କୁଲକୁ ପରିଦର୍ଶନ କରିବେ।
ଗ୍ରାଉଣ୍ଡରୁ ଯାହା ଦେଖିବେ ଆସନ୍ତା କାଲି ସାମ୍ବାଦିକ ସମ୍ମିଳନୀରେ ତାଙ୍କ ପ୍ରତିକ୍ରିୟା ରଖିବେ ବୋଲି ଜଣା ପଡ଼ିଛି। ମମିତା ମେହରଙ୍କ ହତ୍ୟା ଘଟଣାରେ ରାଜ୍ୟ ଗୃହମନ୍ତ୍ରୀଙ୍କ ବହିଷ୍କାର ଓ ସିବିଆଇ ତଦନ୍ତ ଦାବି କରି ଜୋରଦାର ବିରୋଧ ପ୍ରଦର୍ଶନ କରୁିଥିବା ବେଳେ ଭାରତୀୟ ଜନତା ପାର୍ଟି ଏହି ଘଟଣାକୁ ଜମାରୁ ହାଲୁକା ଭାବେ ନେବାକୁ ଚାହୁଁନାହିଁ।ଦିଲ୍ଲୀରେ ପ୍ରବକ୍ତା ସମ୍ବିତ ପାତ୍ରା ସାମ୍ବାଦିକ ସମ୍ମିଳନୀ କରି ଏହି ଘଟଣାକୁ ନେଇ ଓଡିଶା ସରକାର ଉପରେ ବର୍ଷି ଥିବା ବେଳେ ଆଜି ଜାତୀୟ ମହିଳା ମୋର୍ଚ୍ଚା ଓଡ଼ିଶା ଗସ୍ତରେ ଆସିଛନ୍ତି ।