Odia News Portal

ସାବାସ୍ ରଜତ୍

ଭୁବନେଶ୍ୱର: ସ୍ୱାର୍ଥପର ଦୁନିଆରେ ନିସ୍ୱାର୍ଥପର ସେବା । ନିଜର କର୍ମ କରିବା ସହ ଅନ୍ୟକୁ ସହଯୋଗର ହାତ ବଢ଼ାଇବା ଲୋକ ଆଜି କାଲି ସମାଜରେ ବହୁତ କମ ମିଳନ୍ତି । ତେବେ ଆଜି ଆମେ ଏମିତି ଜଣେ ପୋଲିସବାବୁଙ୍କ ବିଷୟରେ କହିବୁ ଯିଏକି, ନିଜର କର୍ତ୍ତବ୍ୟ ଲାଗି ଯେତିକି ଚର୍ଚ୍ଚାରେ ରୁହନ୍ତି ତାଙ୍କର ପରୋକାର କାର୍ଯ୍ୟ ଲାଗି ଲୋକେ ସବୁବେଳେ ପ୍ରଂଶସା କରନ୍ତି । ରାଜଧାନୀ ଭୁବନେଶ୍ୱରରେ କାର୍ଯ୍ୟ କରୁଥିବା ଏସିପି ରଜତ ରାୟଙ୍କ ସାହାର୍ଯ୍ୟ ମନୋବୃତ୍ତି ଲାଗି ତାଙ୍କ ନିକଟକୁ ଛୁଟିଛି ପ୍ରଂଶସାର ସୁଅ ।

କହି ରଖୁଛୁ କି, ଶୁକ୍ରବାର ଅପରାହ୍ନରେ ଓଡ଼ିଶାର ଏକ ଅଗ୍ରଣୀ ଖବର କାଗଜର କ୍ରାଇମ ରିପୋର୍ଟର ଦିଲ୍ଲୀପ ନିଜ ପତ୍ନୀଙ୍କ ସହ ବାଇକ ଯୋଗେ ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ତେବେ ଏହି ଖବର ପାଇବା ପରେ ରଜତ ନିଜେ ଘଟଣାøସ୍ଥଳରେ ପହଞ୍ଚିବା ସହ ଆହତ ଦିଲ୍ଲୀପ ଏବଂ ତାଙ୍କ ପତ୍ନୀଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ନିଜେ ମେଡିକାଲରେ ଆଡମିଟ୍ ଖର୍ଚ୍ଚ ବହନ କରିବା ସହ ଦିଲ୍ଲୀପଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ । କାର୍ଯ୍ୟ ବ୍ୟସ୍ତତା ସତ୍ତେ୍ୱ ସବୁକିଛି ପଛରେ ପକାଇ ସହଯୋଗର ହାତ ବଢ଼ାଇଥିବାରୁ ଏବେ ଚାରିଆଡ଼ୁ ରଜତଙ୍କ ନିକଟକୁ ଛୁଟୁଛି ପ୍ରଂଶସାର ସୁଅ । ତେବେ ତାଙ୍କର କାର୍ଯ୍ୟ କରିବାର ଶୈଳୀ ଏବଂ ପରୋପକାର ମନୋବୃତ୍ତି ଲାଗି ସେ ରାଜଧାନୀରେ ଜଣେ ସୁପରିଚିତ ଚେହେରା ହୋଇପାରିଛନ୍ତି ।