Odia News Portal

ଧୀରେ ଧୀରେ ଆସୁଛି ଶୀତ

ଦିନରେ ଖରା କାଟୁଛି  ରାତିରେ ପ୍ରଥମ ଶୀତ ସ୍ପର୍ଷ ମିଳୁଛି। ପାଣିପାଗ ଏବେ ଏଭଳି  ହୋଇଯାଇଛି। ରାଜ୍ୟରୁ ମୌସୁମୀ ସଂପୂର୍ଣ୍ଣ ଫେରି ଯିବା ପରେ ଧୀରେ ଧୀରେ ଆସୁଛି ଶୀତ । ରାଜ୍ୟର ବିଭିନ୍ନ ସ୍ଥାନରେ ରାତିରେ ତାପମାତ୍ରା ଖସୁଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୧୭ରୁ ୧୯ ଡିଗ୍ରି ସେଲସିୟସ ଭିତରେ ରହୁଛି ।

ସେହିପରି ଉପକୂଳ ଓଡ଼ିଶାରେ ରାତ୍ରି ତାପମାତ୍ରା ୧୯ରୁ ୨୧ ଡିଗ୍ରୀ ସେଲସିୟସ ଭିତରେ ରେକର୍ଡ କରାଯାଇଛି । କନ୍ଧମାଳରେ ଏବେ ଶୀତର ପହିଲି ସ୍ପର୍ଶ । ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ସେଲସିୟସ୍‌ ରହିଛି । ସକାଳୁ ସକାଳୁ କୁହୁଡ଼ି ଲାଗି ରହୁଛି ।

ଚଳିତବର୍ଷ ରାଜ୍ୟକୁ ଠିକ୍‌ ସମୟରେ ମୌସୁମୀ ପ୍ରବେଶ କରିଥିବା ବେଳେ ବିଳମ୍ବରେ ପ୍ରତ୍ୟାବର୍ତ୍ତନ କରିଛି । ଆସନ୍ତା ୨୮ ତାରିଖ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ । ଦିନକୁ ଦିନ ଶୀତ ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।