Odia News Portal

ଚିକିତ୍ସାଧିନ ଦନ୍ତାର ମୃତ୍ୟୁ

ଢ଼େଙ୍କନାଳ: ସେଫ୍ଟିସେମିଆ ରୋଗରେ ଆକ୍ରାନ୍ତ ଥିବା ଦନ୍ତାର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ । ଲାହଡା ‘ବିଆରଏଫ୍ ଭିତରେ ଥିବା ଷଡ଼ଙ୍ଗୀ ବନଖଣ୍ଡ ଅଂଚଳରେ ଚିକିତ୍ସିତ ହେଉଥିବା ଏକ ହାତୀର ମୃତ୍ୟୁ ଘଟିଛି। ହାତୀଟିକୁ ଟ୍ରାକ କରାଯାଇଛି ଏବଂ ଗତ 2 ଦିନ ଧରି ସେ ଚିକିତ୍ସିତ ହେଉଥିଲେ। VAS ସାତକୋସିଆ ଏବଂ କପିଲାସ ପ୍ରାଣୀ ଚିକିତ୍ସା ଅଧିକାରୀ ଏହି ପଶୁକୁ ଚିକିତ୍ସା କରିଥିଲେ । ସେପ୍ଟିମେସିଆ ରୋଗଦ୍ୱାର ଆକ୍ରାନ୍ତ ହୋଇ ହାତୀଟି ମୃତ୍ୟୁ ବରଣ କରିଥିବାର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏହାର ରକ୍ତର ନମୁନାଗୁଡିକ OUAT ,ଭୁବନେଶ୍ୱର ବନ୍ୟପ୍ରାଣୀ ବିଭାଗକୁ ପଠାଯାଇଛି । ପରୀକ୍ଷା ପରେ ଏହାର ପ୍ରକୃତ କାରଣ ଜାଣିହେବ ବୋଲି ବନ ବିଭାଗ ଅଧିକାରୀ ମତ ଦେଇଛନ୍ତି ।