କଳାହାଣ୍ଡି ଜିଲା କେଗାଁ ଥାନା ଅନ୍ତର୍ଗତ ମହାଳିଙ୍ଗ ସନସାଇନ କଲେଜର ଶିକ୍ଷୟତ୍ରୀ ମମିତା ମେହେରଙ୍କ ମୃତଦେହର ଅବଶେଷ ଗତକାଲି ଗ୍ରାମର ଷ୍ଟାଡିୟମ ପରିସରରୁ ଉଦ୍ଧାର ହୋଇଛି, ଏହାକୁ ନେଇ ଏବେ ରାଜନୀତି ଜୋର ଧରିଛି, ଆଜି ବରିଷ୍ଠ କଂଗ୍ରେସ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ମମତାଙ୍କ ଘର ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ଝରନି ଗ୍ରାମରେ ପହଂଚି ପରିବାରଙ୍କୁ ସାନ୍ତ୍ୱନା ଦେଇଛନ୍ତି । ନରସିଂହ ପ୍ରାୟ ଏକ ଘଣ୍ଟା ଧରି ପରିବାର ସହ ଆଲୋଚନା କରିଥିଲେ। ପରେ ଗଣମାଧ୍ୟମକୁ ପ୍ରତିକ୍ରିୟାରେ ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶାଙ୍କର ମିଶ୍ର ଇସ୍ତଫା ଦିଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି। ମୃତ ମମତାଙ୍କ ପରିବାର ଯେଭଳି ତଦନ୍ତ ଦାବି କରିଛନ୍ତି ତାହା ରାଜ୍ୟ ସରକାର ସ୍ୱୀକାର କରନ୍ତୁ ବୋଲି କହିଛନ୍ତି। ମାମଲାର ସିବିଆଇ ତଦନ୍ତ ଦାବି ନେଇ ପଚରାଯିବାରୁ ସିବିଆଇ ତାହାର ବିଶ୍ୱସନୀୟତା ହରେଇଥିବା, ଉତ୍ତରପ୍ରଦେଶରେ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ପୁଅ ଚାଷୀଙ୍କ ଉପରେ ଗାଡି ଚଢାଇବା ନେଇ ସିବିଆଇ ତଦନ୍ତ କରିଛି କି ବୋଲି ପଚରିଥିଲେ।