Odia News Portal

କୋଭିଡ୍ ଗାଇଡଲାଇନ୍ ମାନିବାକୁ ଅପିଲ କଲେ ଡିଏମଇଟି

ପାର୍ବଣ ସମୟରେ କରୋନା ନିୟମକୁ ସଠିକ ଭାବେ ପାଳନ କରିବାକୁ ସ୍ୱାସ୍ଥ୍ୟ ବିଭାଗର ସତର୍କତା । ଆମେ କେତେ ଦୂର ନିଜକୁ ସୁରକ୍ଷା ଦେଇ ପାର୍ବଣ ପାଳନ କରିବା ତାହା ଆମ ଉପରେ ନିର୍ଭର କରେ ବୋଲି କହିଛନ୍ତି ଡ଼ିଏମଇଟି । ଗତକାଲି ହାଟ ଓ ବଜାରଗୁଡ଼ିକରୁ ଯାହା ଚିତ୍ର ଆସିଛି, ତାହା ଅନୁଶୀଳନ କରିବାର ଆବଶ୍ୟକତା ରହିଛି। ଯଦି ଏମିତି ଭିଡ଼ ଲାଗି ରୁହେ, ତେବେ ଆମେ କେତେ ଦୂର ସଂକ୍ରମଣ ରୋକିବାରେ ସଫଳ ହେବା ତାହା ଏକ ପ୍ରଶ୍ନବାଚୀ । ଏଣୁ ଆମେ ଅନୁରୋଧ କରୁଛୁ, ଲୋକମାନେ କୋଭିଡ ଗାଇଡଲାଇନକୁ ଠିକ୍ ଭାବେ ପାଳନ କରନ୍ତୁ । ପାର୍ବଣ ଆସନ୍ତା ବର୍ଷ ବି ଆସିବ, ମାତ୍ର ଜୀବନ ପ୍ରଥମେ ରହୁ ।