ଭୁବନେଶ୍ୱର: ଆଜି ଦେଶର ସର୍ବକନିଷ୍ଠ ଶହୀଦ ବାଜି ରାଉତଙ୍କ ଜୟନ୍ତୀ । ସେ ଥିଲେ ଓଡ଼ିଶା ମାଟିର ଗର୍ବ ଏବଂ ଗୌରବ । ସାରା ଦେଶରେ ତାଙ୍କର ବିରତ୍ୱର ଚର୍ଚ୍ଚା ହୁଏ । ତେବେ ଏହି ମହାପୁରୁଷଙ୍କ ଜୟନ୍ତୀ ଅବସରରେ ସ୍ମରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶର ସ୍ୱାଧୀନତା ପାଇଁ ମାତ୍ର ୧୨ ବର୍ଷ ବୟସରେ ବଳିଦାନ ଦେଇଥିଲେ ବାଜି ରାଉତ । ଏହି ଅମର ବୀରଙ୍କ ପରାକ୍ରମ ଓ ବୀରତ୍ୱ ସର୍ବଦା ସ୍ମରଣୀୟ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ।