ଭୁବନେଶ୍ୱର: ଝାଡ଼ଖଣ୍ଡ ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ପ୍ରାଥମିକ ଶିକ୍ଷା ତାଲିମ ବିଷୟ ବସ୍ତୁରେ ଓଡ଼ିଆ ଭାଷା ରଖିବାକୁ ଚିଠି ଲେଖିଛନ୍ତି ମନ୍ତ୍ରୀ ସମୀର ଦାସ। ପ୍ରାଥମିକ ଶିକ୍ଷକ ତାଲିମ ବିଷୟ ବସ୍ତୁରୁ ଓଡ଼ିଆ ଭାଷାକୁ ବାଦ ଦିଆଯାଇଛି । ପୁର୍ନବାର ଏହାକୁ ତାଲିମ ବିଷୟ ବସ୍ତୁରେ ରଖିବାକୁ ଚିଠି ଲେଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ସଂସ୍କୃତି, ବଙ୍ଗାଳୀ, ହୁ, ଉର୍ଦୁ, ମୁଣ୍ଡାରୀ, ସାନ୍ତାଳୀ, କୁଡ଼ମାଳି ଭାଷା ଥିବାବେଳେ ଓଡ଼ିଆ ଭାଷାକୁ ବାଦ ଦିଆଯାଇଛି। ତେଣୁ ପ୍ରାଥମିକ ଶିକ୍ଷା ଟ୍ରେନିଂ କୋର୍ସରେ ଓଡ଼ିଆ ଭାଷା ରଖିବାକୁ ଅନୁରୋଧ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ।