ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ଦୁଇ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଆସିବେ । ଏହି ସମୟରେ ସେ ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ୱ ସହ ତାଙ୍କର ସମ୍ଭାବ୍ୟ ବୈଠକ ସମ୍ପର୍କରେ ଖବର ପ୍ରକାଶ ପାଇଥିବା ବେଳେ କଂଗ୍ରେସ ନେତାଙ୍କ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନେଇ କଳ୍ପନାଜଳ୍ପନା ସୃଷ୍ଟି ହୋଇଛି। ତେବେ ତାଙ୍କର ଗଣମାଧ୍ୟମ ପରାମର୍ଶଦାତା ରେଭେନ୍ ଥୁକ୍ରାଲ ନିଶ୍ଚିତ କରିଛନ୍ତି ଯେ ସିଂ ସୋମବାର ଏବଂ ମଙ୍ଗଳବାର ଦିନ ଜାତୀୟ ରାଜଧାନୀରେ ରହିବେ କିନ୍ତୁ ବୈଠକ ସମ୍ପର୍କରେ ରିପୋର୍ଟକୁ ଏକ ଗୁଜବ ବୋଲି କହିଛନ୍ତି।
ସେ ଏହା ମଧ୍ୟ କହିଚନ୍ତି ଯେ ଅମରିନ୍ଦରଙ୍କ ଦିଲ୍ଲୀ ଗସ୍ତକୁ ନେଇ ଅତ୍ୟଧିକ ଆଲୋଚନା କରଯାଉଛି । ସେ ଏକ ବ୍ୟକ୍ତିଗତ ଗସ୍ତରେ ଅଛନ୍ତି, ଯେଉଁଥିରେ ସେ କିଛି ବନ୍ଧୁଙ୍କୁ ଭେଟିବେ ଏବଂ ନୂତନ (ପଞ୍ଜାବ) ଉଗ (ମୁଖ୍ୟମନ୍ତ୍ରୀ) ପାଇଁ କାପୁରଥାଲା ଘର ଖାଲି କରିବେ । କୌଣସି ଅନାବଶ୍ୟକ କଳ୍ପନା ଜଳ୍ପନାର ଆବଶ୍ୟକତା ନାହିଁ ବୋଲି ଥୁକ୍ରାଲ ଟ୍ୱିଟ କରିଛନ୍ତି।
ତେବେ ଜାତିୟ ଗଣମାଧୟମରେ ପ୍ରାସାରିତ ଖବର ମୁତାବକ ବୁଧବାର ଅମିତ ଶାହା ଏବଂଜେପି ନଡ୍ଡାଙ୍କ ସହ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବୈଠକ ହୋଇପାରେ ।