କୋଭିଡ଼ ମୃତକ ପରିବାରକୁ ସହାୟତା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବେ ରାଜ୍ୟ ସରକାର । ସଂକ୍ରମିତ ହେବାର ମାସେ ମଧ୍ୟରେ ମୃତ୍ୟୁବରଣ କରିଥିବା କୋଭିଡ଼ ରୋଗୀଙ୍କ ପରିବାରକୁ ୫୦ ହଜାର ଟଙ୍କା ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକର ଏକ ସ୍ୱତନ୍ତ୍ର ଏସଓପି ଜାରି କରିବେ ଯେହେତୁ ୩୦ ଦିନ ଭିତରେ ଆତ୍ମହତ୍ୟା କରିଥିବା କିମ୍ବା ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ଏଥିରେ ସାମିଲ କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି, ସେ ଦୃଷ୍ଟିରୁ ରାଜ୍ୟର କୋଭିଡ ମୃତ୍ୟୁ ସଂଖ୍ୟାରେ ଏ ସବୁକୁ ମିଶାଯିବ । ଏହାଫଳରେ ରାଜ୍ୟର ମୋଟ କୋଭିଡ ମୃତ୍ୟୁ ସଂଖ୍ୟା ବଢ଼ିବ । ନିୟମ ଅନୁସାରେ କୋଭିଡ ମୃତ୍ୟୁର ପୁନଃ ଅଡିଟ କରିବା ପାଇଁ ଜିଲ୍ଲାସ୍ତରରେ କମିଟି ଗଠନ ପାଇଁ ନିର୍ଦ୍ଦେଶ ରହିଛି। ତାହାକୁ ଆମେ ଅନୁପାଳନ କରିବୁ । ଏଣୁ ଏହି ପ୍ରକ୍ରିୟା ଭିତରେ ଯେଉଁମାନେ ରହିଛନ୍ତି, ସେମାନେ ଆବେଦନ କରି ପାରିବେ ।