ମହିଳାଙ୍କୁ ଗଳା କାଟି ହତ୍ୟା। ଅନୁଗୁଳ ଜିଲ୍ଲା ଖମାର ଥାନା ପାଲଲହଡ଼ା ଆଲୁରି ଗାଁରେ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ମହିଳାଙ୍କ ସ୍ଵାମୀ ଘରେ ଅନୁପସ୍ଥିତ ଥିବା ବେଳେ ଏହାର ସୁଯୋଗ ନେଇ କେହି ଦୁର୍ବୃତ୍ତ ହତ୍ୟାକାଣ୍ଡ ଘଟାଇଛି। ଖବର ପାଇ ଖମାର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନାନୁଯାୟୀ, ପାଲଲହଡ଼ା ଆଲୁରି ଗାଁରେ କୁମାରୀ ଶୁଣ୍ଢି ଓ ତାଙ୍କ ସ୍ଵାମୀ ରହୁଥିଲେ। କୁମାରୀଙ୍କ ସ୍ଵାମୀ ବାହାରକୁ କାମ କରିବାକୁ ଯାଇଥିବା ବେଳେ ଏହାର ସୁଯୋଗ ନେଇ କେହି ଦୁର୍ବୃତ୍ତ କୁମାରୀଙ୍କ ଘର ଭିତରକୁ ପଶି ଆସିଥିଲା। କୁମାରୀ ଘରେ ଏକାକୀ ଶୋଇଥିବା ଅବସ୍ଥାରେ ଦୁର୍ବୃତ୍ତ ମାରଣାସ୍ତ୍ରରେ ତାଙ୍କୁ ଛୁରୀ ଭୁଷି ହତ୍ୟା କରିଛନ୍ତି। କୁମାରୀଙ୍କ ବେକରେ ଗଭୀର କ୍ଷତ ରହିଛି। ଖବର ପାଇ ଖମାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
ତେବେ କିଏ ଓ କାହିଁକି ଘରେ ପଶି ଏପରି ଜଘନ୍ୟ କାଣ୍ଡ ଘଟାଇଛି, ସେନେଇ କିଛି ସ୍ପଷ୍ଟ ଭାବେ ସୂଚନା ମିଳିପାରିନାହିଁ । ସେପଟେ ଏବେ ସୁଦ୍ଧା ଅଭିଯୁକ୍ତ ମଧ୍ୟ ଫେରାର ରହିଛି । ପୋଲିସର ତଦନ୍ତ ପରେ ସମସ୍ତ କଥା ପଦାକୁ ଆସିବ ବୋଲି ସ୍ଥାନୀୟଲୋକେ ଆଶା ରଖିଛନ୍ତି ।