ଭୁବନେଶ୍ୱର: ନଡ଼ିଆ ହେବା ପୂର୍ବରୁ ଆମେ ପ୍ରଥମେ ଏହାକୁ ପଇଡ଼ ଭାବେ ପିଇଥାଉ । ଆଉ ବହଳା ହୋଇ ନଡ଼ିଆ ହେବାପରେ ମଧ୍ୟ ଏହାକୁ ଅନେକ ଖାଦ୍ୟ ପଦାର୍ଥରେ ବ୍ୟବହାର କରିଥାଉ । ତେବେ ନଡ଼ିଆର ତେଲ ମଧ୍ୟ ଅନେକ ଉପକାରୀ । ନଡ଼ିଆ ତେଲରେ ବହୁ ଚମତ୍କାରିତା ଗୁଣ ନିହତ ହୋଇ ରହିଛି। ଏହା ଚର୍ମ ସମ୍ବନ୍ଧୀୟ ବହୁ ରୋଗର ନିରାକରଣ ନିମନ୍ତେ ବ୍ୟବହୃତ ହୋଇଥାଏ। ଏହା ଆମ ଶରୀର ପାଇଁ ବହୁ ହିତ ସାଧନ କରିଥାଏ। ଜାଣନ୍ତୁ ତାହା କ’ଣ
ନଡ଼ିଆ ତେଲ ମୁହଁ ପାଇଁ ପ୍ରାକୃତିକ ମଶ୍ଚୁରାଇଜର ଭଳି କାମ କରିଥାଏ। ଏହାକୁ ମୁହଁରେ ଲଗାଇଲେ ମୁହଁ ଖୁବ ଉଜ୍ଜଳ ଦେଖାଯାଇଥାଏ। ମୁହଁର ଚର୍ମ ଜାକି ହେଉଥିଲେ ନିୟମିତ ଏହାକୁ ଲଗାଇଲେ ଏହା ଚର୍ମକୁ ସୁସ୍ଥ ରଖିଥାଏ।
ଓଠ ଫାଟି ଥିଲେ ଏହାକୁ ନିୟମିତ ଲଗାଇଲେ ଓଠ ଆଉ ଫାଟି ନଥାଏ।
ଗୋଡ଼ ଓ ହାତ ଫାଟିଲେ ମଧ୍ୟ ଏହାକୁ ଲଗାଇବା ଦ୍ୱାରା ଏହା ବହୁ ଲାଭ ଦାୟକ ହୋଇଥାଏ।
ସୁନ୍ଦର କେଶ ପାଇଁ –
କେଶରେ ନଡ଼ିଆ ତେଲ ଲଗାଇବା ଦ୍ୱାରା ଏହା କେଶକୁ ଖୁବ ମୋଟା ଓ ଲମ୍ବା କରିଥାଏ। ଏହାକୁ ୫ମିନିଟ କେଶ ମୂଳରେ ମାଲିସ କଲେ ରକ୍ତ ସଞ୍ଚାଳନ ଭଲ ଭାବେ ହୋଇଥାଏ ଓ ମୁଣ୍ଡ ବିନ୍ଧାରୁ ମୁକ୍ତି ମିଳିଥାଏ। କେଶ ଖୁବ ଆକର୍ଷଣୀୟ ମଧ୍ୟ ହୋଇଥାଏ।
ଏହାକୁ ଆଣ୍ଠୁ ଗଣ୍ଠି , ଅଣ୍ଟା ଆଦିରେ ପ୍ରତିଦିନ ମାଲିସ କଲେ ଏହା ଖୁବ ଉପକାର ପ୍ରଦାନ କରିଥାଏ। ଆଣ୍ଠ ଗଣ୍ଠି ଜନିତ ସମସ୍ୟା ଦୂର ହୋଇଥାଏ। ବିନ୍ଧା ଯନ୍ତ୍ରଣା ଆଦି କମିଯାଇଥାଏ।
ନଡ଼ିଆ ତେଲରେ ଖାଦ୍ୟ ପ୍ରସ୍ତୁତ କରି ଖାଇଲେ ମଧ୍ୟ ଏହା ଶରୀର ପାଇଁ ଖୁବ ଉପକାରୀ ଅଟେ।
Sign in
Sign in
Recover your password.
A password will be e-mailed to you.