Odia News Portal

ରେକର୍ଡ କଲା ବାଲାଜୀ ସାଇନ୍ସ କଲେଜ

ବଲାଙ୍ଗୀର: ଚଳିତ ବର୍ଷ ମେଟ୍ରିକ୍ ପରୀକ୍ଷା ରେ ଶତ ପ୍ରତିଶତ ଛାତ୍ର ଛାତ୍ରୀ ପାସ କରିଥଲେ । କଲେଜ୍ ରେ ନାମ ଲେଖାଇବା ପାଇଁ ଆବେଦନ କରିଥିଲେ । ବଲାଙ୍ଗୀର ବାଲାଜୀ କଲେଜ୍ ରେ +୨ ସାଇନ୍ସ ଗ୍ଦଗ୍ଧକ୍ସରରଜ୍ଞ ରେ ପ୍ରଥମ ଚୟନ ପାଇଁ ୧୪୩ ଜଣ ଛାତ୍ର ଛାତ୍ରୀ ଆବେଦନ କରିଥିଲେ । ସର୍ବାଧିକ ୬୫ ପ୍ରତିଶତ କଟ ଅଫ ମାର୍କ ରେ ରେକର୍ଡ କରି ୧୨୮ ଜଣଙ୍କୁ ଚୟନ କରାଯାଇଛି । ସରକାରୀ କଲେଜ ଗୁଡ଼ିକ ମଧ୍ୟରେ ରାଜେନ୍ଦ୍ର କଲେଜ୍ ପରେ ବାଲାଜୀ କଲେଜ୍ ର ଦ୍ଵିତୀୟ କଟ ଅଫ ମାର୍କ ରହିଛି । ସେହିଭଳି ବଲାଙ୍ଗୀର,ବରଗଡ଼, ନୂଆପଡ଼ା ଏବଂ କଳାହାଣ୍ଡି ଜିଲ୍ଲାରେ ଥିବା ବେସରକାରୀ କଲେଜ ମାନଙ୍କ ଠାରୁ ଉର୍ଦ୍ଧ୍ବରେ ସର୍ବାଧିକ କଟ ଅଫ ମାର୍କ ବାଲାଜୀ କଲେଜ୍ ର ଅଛି । ଯଦି କଲେଜ୍ ର ସିଟ ବୃଦ୍ଧି ହୁଏ ତେବେ ଅନେକ ଛାତ୍ର ଛାତ୍ରୀ ଏହି କଲେଜ୍ ରେ ପଢ଼ିବାର ସୁଯୋଗ ପାଇ ପାରିବେ ବୋଲି ବାଲାଜୀ କଲେଜ୍ ର ପରିଚାଳନା ନିର୍ଦ୍ଦେଶକ କୈଳାସ ଅଗ୍ରୱାଲ ପ୍ରକାଶ କରିଛନ୍ତି