ମୁମ୍ବାଇ: ଆଜି ହେଉଛି ବଲିଉଡ ଅଭିନେତ୍ରୀ କରିନା କପୁରଙ୍କ ଜନ୍ମଦିନ । ୪୧ତମ ଜନ୍ମଦିନ ପାଳିଛନ୍ତି ବଲିଉଡର ବେବୋ । ମାଳଦୀପରେ ନିଜ ପରିବାର ସହ ଜନ୍ମଦିନ ବିତାଉଛନ୍ତି କରିନା । ତାଙ୍କ ଜନ୍ମଦିନରେ ବଲିଉଡର କଳାକାରମାନେ ଶୁଭେଚ୍ଛା ଜଣାଇଛନ୍ତି । କରଣ ଜୋହରଙ୍କଠାରୁ ଆରମ୍ଭ କରି କରିସ୍ମା ସମସସ୍ତେ ୱିସ୍ କରିଛନ୍ତି ।
ସବୁବେଳେ ବିବାଦରେ ରହୁଥିବା ବଲିଉଡ ଅଭୀନେତ୍ରୀ କଙ୍ଗନା କରିନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି କି, ସବୁଠାରୁ ସୁନ୍ଦରୀ କରିନାଙ୍କୁ ଜନ୍ମଦିନର ଶୁଭେଚ୍ଛା । କରିନାଙ୍କ ଏକ ଫଟୋ ସହ ଏହି କ୍ୟାପସନ ଦେଇଛନ୍ତି କଙ୍ଗନା । ସେପଟେ କରିନାଙ୍କ ଭଉଣୀ କରିସ୍ମା ଲେଖିଛନ୍ତି କି, ସବୁବେଳେ ତୁମ ସହିତ ରହିବ … ଦୁନିଆର ସର୍ବୋତ୍ତମ ଭଉଣୀକୁ ଜନ୍ମଦିନର ଶୁଭେଚ୍ଛା … ମୋର ଲାଇଫ୍ ଲାଇନ୍ … ତୁମକୁ ଅଧିକ ଭଲ ପାଏ।” କରିସ୍ମା ମଧ୍ୟ ଏହି ନୋଟ୍ ସହିତ ବେବୋଙ୍କର ପିଲାଦିନର ଫଟୋ ସେୟାର କରିଛନ୍ତି ।