Odia News Portal

ନାରୀ ନିର୍ଯାତନାରେ ଓଡ଼ିଶା ଆଗରେ

ଭୁବନେଶ୍ୱର: ସଦ୍ୟ ପ୍ରକାଶିତ ଏନସିବି ରିପୋର୍ଟ ମୁତାବକ ଓଡ଼ିଶାରେ ବଢ଼ିଛି ନାରୀ ନିର୍ଯାତନାର ସଂଖ୍ୟା । ପୁରା ଦେଶରେ ୨୦୧୯ ତୁଳନାରେ ୨୦୨୦ରେ ନାରୀ ନିର୍ଯାତନା ମାମଲା ହ୍ରାସ ପାଇଥିବା ବେଳେ ଓଡ଼ିଶାରେ କିନ୍ତୁ ରେକର୍ଡ ହୋଇଛି ନାରୀ ନିର୍ୟ୍ୟାତନା ମାମଲା ।

ରିପୋର୍ଟ ଅନୂଯାଇ ରାଜ୍ୟରେ ୨୦୨୦ରେ ୨୫,୪୮୯ ଟି ନାରୀ ନିର୍ଯାତନା ମାମଲା ରୁଜୁ ହୋଇଥିବା ବେଳେ ୨୦୧୯ରେ ୨୩,୧୮୩ ଟି ନାରୀ ନିର୍ଯାତନା ମାମଲା ରୁଜୁ ହୋଇଥିଲା ।୨୦୧୯ରେ ପୁରା ଦେଶରେ ୩,୭୧,୫୦୩ ନାରୀ ନିର୍ଯାତନା ମାମଲା ପଞ୍ଜିକୃତ ହୋଇଥିବା ବେଳେ ବର୍ଷ ୨୦୨୦ରେ ୪,୦୫,୩୨୬ ମାମଲା ପଞ୍ଜିକୃତ ହୋଇଛି । ଅର୍ଥାତ୍ ଦେଶରେ ନାରୀ ନିର୍ୟାତନା ହାର ୮.୩% ହ୍ରାସ ପାଇଛି ।

ରିପୋର୍ଟରେ ଆହୁରି ମଧ୍ୟ ପ୍ରକାଶ କରାଯାଇଛି ଯେ ରାଜ୍ୟରେ ‘ସମ୍ମାନ ନେବା ପାଇଁ ଉଦ୍ଦେଶ୍ୟମୂଳକ ଭାବେ ନାରୀମାନଙ୍କ ଉପରେ ଆକ୍ରମଣ ମାମଲା’ ସଂଖ୍ୟା ହେଉଛି ୧୨,୬୦୬ । ଅର୍ଥାତ୍ ୨୦୨୦ ବର୍ଷରେ ଓଡ଼ିଶା ରାଜ୍ୟରେ ମହିଳାମାନଙ୍କ ଉପରେ ହୋଇଥିବା ଆକ୍ରମଣ ହାର ୫୫.୮% ।

ଏହା ବ୍ୟତିତ, ୨୦୨୦ରେ ମହିଳାମାନଙ୍କୁ ଉଲଗ୍ନ କରାଯାଇଥିବା ମାମଲା ସଂଖ୍ୟା ୩,୨୩୨ ବୋଲି ରିପୋର୍ଟରେ ଉଲ୍ଲେଖ ଅଛି । ନାରୀମାନଙ୍କ ସମ୍ମାନହାନି ଏବଂ ନାରୀ ଅପହରଣ ମାମଲାରେ ମଧ୍ୟ ବର୍ଷ ୨୦୨୦ରେ ଓଡ଼ିଶା ଦେଶର ତୃତୀୟ ସ୍ଥାନରେ ରହିଛି । ସେହିପରି, ରାଜ୍ୟରେ ୫୨୬ଟି ମାମଲା ନାରୀମାନଙ୍କ ପ୍ରତି କରାଯାଇଥିବା ସାଇବର୍ ଅପରାଧ ସହ ସମ୍ପୃକ୍ତ । ଏହାଛଡ଼ା, ୨୯୨ଟି ଯୌନଶୋଷଣ ମାମଲା ମଧ୍ୟ ରୁଜୁ ହୋଇଛି ଯେଉଁଥିରେ ଓଡ଼ିଶା ଦେଶର ଦ୍ୱିତୀୟ ସ୍ଥାନରେ ରହିଛି ।