ନୂଆଦିଲ୍ଲୀ: ପ୍ରକାଶ ପାଇଛି ଭାରତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା ୨୦୨୧ । ବେଙ୍ଗାଲୁରୁ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଶ୍ରେଷ୍ଠ ୟୁନିଭରସିଟି ହୋଇଛି । ନୂଆଦିଲ୍ଲୀର ଜବାହାରଲାଲ ନେହେରୁ ୟୁନିଭରସିଟି ଦ୍ୱିତୀୟ ଶ୍ରେଷ୍ଠ ୟୁନିଭରସିଟି । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟକୁ ତୃତୀୟ ଶ୍ରେଷ୍ଠ ମାନ୍ୟତା ପ୍ରଦାନ କରାଯାଇଛି । ଇଞ୍ଜିନିୟରିଂରେ ଆଇଆଇଟି ମାଡ୍ରାସ ପ୍ରଥମ ସ୍ଥାନରେ ରହିଥିବାବେଳେ ଆଇଆଇଟି ଦିଲ୍ଲୀ ଦ୍ୱିତୀୟ ସ୍ଥାନରେ ରହିଛି । ଆଇଆଇଟି ବମ୍ବେ ତୃତୀୟ ସ୍ଥାନରେ ରହିଛି । ମ୍ୟାନେଜମେଣ୍ଟରେ ଆଇଆଇଏମ ଅହମ୍ମଦାବାଦ ପ୍ରଥମ ସ୍ଥାନରେ ରହିଛି । ଏହାସହ ଆଇଆଇଏମ ବେଙ୍ଗାଲୁରୁ ଦ୍ୱିତୀୟ ଓ ଆଇଆଇଏମ କୋଲକାତା ତୃତୀୟ ସ୍ଥାନରେ ରହିଛି ।