ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ରସିଂ ଧୋନୀଙ୍କୁ ଗୁରୁ ଦାୟିତ୍ୱ ଦେଇଛି ବିସିସିଆଇ । ଟି-୨୦ ବିଶ୍ୱକପ ଲାଗି ଘୋଷଣା ହୋଇଛି ଭାରତୀୟ ଦଳ । ବିଶ୍ୱକପ ଜିତିବା ଲାଗି ଭାରତ ଫୁଲ୍ ଦମରେ ରହିଛି । ଏଣୁ ଧୋନୀଙ୍କୁ ସ-୨୦ ବିଶ୍ୱକପ ଲାଗି ମେଣ୍ଟରଭାବେ ଘୋଷଣା କରିଛି । ଧୋନୀଙ୍କ ନେତୃତ୍ୱରେ ଭାରତ ପୂର୍ବରୁ ଅନେକ ସିରିଜ ଜିତିଛି । ଭାରତୀୟ କ୍ରିକେଟ ଟମ୍କୁ ଧୋନୀ ଏକ ନୂତନ ପରିଚୟ ମଧ୍ୟ ଦେଇଛନ୍ତି । ତେବେ ଧୋନୀଙ୍କ ରଣରକ୍ଷକ ସମସ୍ତଙ୍କଠାରୁ ନିଆରା । କ୍ୟାପଟେନ କୁଲଙ୍କ ଅଧିନାୟକତ୍ୱରେ ଦଳ ଭଲ ପ୍ରଦର୍ଶନ କରିଛି । ସିମୀତ ଓଭରରେ ଧୋନୀଙ୍କ ଅନୁଭବ ଓ ଅଭିଜ୍ଞତା ଅନେକ ରହିଛି । କଠିନ ସମୟରେ କେମିତି ଖେଳାଯିବ ଧୋନୀଙ୍କୁ ବେଶ୍ ଭଲ ଭାବେ ଜଣା । ଅଧିନାୟକ ନଥିବା ବେଳେ ମଧ୍ୟ ପଡ଼ିଆରେ ବିରାଟ କୋହଲୀ କଠିନ ସମୟରେ ଧୋନୀଙ୍କ ମତ ନେଉଥିବା ଦେଖିବାକୁ ମିଳିଛି । ଧୋନୀଙ୍କ ନେତୃତ୍ୱରେ ୨୦୦୭ରେ ଟି-୨୦ ବିଶ୍ୱକପ୍ ବିଜୟୀ ହୋଇଥିଲା ଟିମ୍ ଇଣ୍ଡିଆ । ଏବେ ଧୋନୀଙ୍କୁ ମେଣ୍ଟର ଦାୟିତ୍ୱ ମିଳିବା ପରେ ଟିମ୍ ଇଣ୍ଡିଆ ୨୦୦୭ରେ କରିଥିବା କରିସ୍ମା ପୁଣି ଥରେ ୨୦୨୧ରେ କରିପାରେ ।