ଭୁବନେଶ୍ୱର: କମୁଛି କରୋନା ସଂକ୍ରମଣହାର । ତେବେ ପୂର୍ବ ଅପେକ୍ଷା ମୃତ୍ୟୁ ହାର ମଧ୍ୟ କମିବାରେ ଲାଗିଛି । ତଥାପି ରାତ୍ୟରେ ପ୍ରତିଦିନ ମହାମାରୀ ନେଉଛି ଜୀବନ । ରାଜ୍ୟରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ଅନୁଗୁଳରୁ ୩, ଖୋର୍ଦ୍ଧାରୁ ୨, ମୟୁରଭଞ୍ଜ, ଯାଜପୁର ଓ ନବରଙ୍ଗପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାସହ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୦୭୮ରେ ପହଞ୍ଚିଛି।