Odia News Portal

ଗଠନ ହେଲା କଂଗ୍ରେସ କମିଟି, ଜାଣନ୍ତୁ କାହାକୁ ମିଳିବ କେଉଁ ଦାୟିତ୍ୱ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗଠନ ହୋଇଛି କଂଗ୍ରେସ କମିଟି । ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକର୍ତ୍ତା ତାଲିକା ଘୋଷଣା କରାଯାଇଛି । ତାଲିକାରେ ୧୨ ଜଣ ଉପସଭାପତି ଓ ୨୦ ଜଣ ସାଧାରଣ ସମ୍ପାଦକ ରହିଛନ୍ତି । ୧୨ଜଣ ଉପସଭାପତିଙ୍କ ମଧ୍ୟରେ ରହିଛନ୍ତି ଗଣେଶ୍ୱର ବେହେରା, ସନ୍ତୋଷସିଂ ସାଲୁଜା, ଦେବାଶିଷ ପଟ୍ଟନାୟକ, ସସ୍ମିତା ବେହେରା, ଯଞ୍ଜେଶ୍ୱର ବାବୁ । ସାଧାରଣ ସମ୍ପାଦକଙ୍କ ମଧ୍ୟରେ ରହିଛନ୍ତି ସତ୍ୟ ନାୟକ, ଅରିନ୍ଦମ ସଖେଲ, ଭରତ ଚୌଧୁରୀ । କିଶୋର ଚନ୍ଦ୍ର ପଟେଲଙ୍କୁ ପିସିସି କୋଷାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି ।