ପାର୍ବଣରେ ୪ ଫୁଟ ମୂର୍ତ୍ତି ଓ ମଣ୍ଡପରେ ପରଦା ଟାଣି ପୂଜା ପାଇଁ ସରକାରଙ୍କ ନିର୍ଦ୍ଦେଶନାକା ବିରୋଧରେ କଟକରେ ପ୍ରତିବାଦ ସ୍ୱର ତୀବ୍ର ହୋଇଛି । ବିଭିନ୍ନ ସାମାଜିକ ସଂଗଠନର ସଦସ୍ୟ ଓ କାର୍ଯ୍ୟକର୍ତା ବର୍ଷାରେ ବି ରାସ୍ତାରେ ଆଣ୍ଠେଇ ଏଭଳି ନିଷ୍ପତ୍ତିରେ ଅଭିନବ ପ୍ରତିବାଦ ଜାରି ରଖିଛନ୍ତି । ଏହି ପ୍ରସଙ୍ଗରେ ବିଜେପି ପକ୍ଷରୁ କଟକ ବନ୍ଦ ଡାକରା ଦିଆଯାଇଛି । ଗଣେଶ ପୂଜାରେ ବିଭିନ୍ନ ପୂଜା ମଣ୍ଡପରେ ମୃଣ୍ମୟୀ ମୂର୍ତ୍ତିଙ୍କ ମୂର୍ତି ଗଢ଼ା ପ୍ରକ୍ରିୟାର ଶୁଭାରମ୍ଭ ହୋଇଥାଏ । ତେଣୁ ସରକାର ତା ପୂର୍ବରୁ ଏହି କଟକଣା ହଟାନ୍ତୁ ନଚେତ ଆସନ୍ତା ୧୩ ତାରିଖରେ ପ୍ରତିବାଦରେ କଟକ ବନ୍ଦ ରହିବ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଛି ।