ଭୁବନେଶ୍ୱର: ପରରୁଚି ଫେସନ, ଆପେ ରୁଚି ଭୋଜନ । ସମସ୍ତଙ୍କୁ ସବୁ ଖାଇବା ପସନ୍ଦ ନୁହେିଁ । ତଥାପି ଛତୁ ଉଭୟ ଭେଜ ଓ ନନଭେଜ ଖାଉଥିବା ସମସ୍ତ ଲୋକଙ୍କ ପସନ୍ଦ ହୋଇଥାଏ । ତେବେ ଏହି ଛତୁର ଅନେକ ଗୁଡିଏ ଉପକାରିତା ରହିଛି । କରୋନା ମହାମାରୀ ସମୟରେ ଛତୁର ରହିଛି ଅନେକ ଉପକାରିତା । ଯଦି ଆପଣଙ୍କ ଇମ୍ୟୁନିଟି ମଜବୁତ ଅଛି ଏବଂ ଆପଣଙ୍କର ମୋଟାପଣ ନିୟନ୍ତ୍ରଣରେ ଅଛି ତେବେ ଆପଣ ଅନ୍ୟ ରୋଗରୁ ରକ୍ଷା ପାଇ ପାରିବେ । ସେଥିପାଇଁ ଲୋକେ ଅନେକ ଜିନିଷ ସେବନ କରିଥାନ୍ତି । ଯାହାଫଳରେ ସେମାନଙ୍କର ଇମ୍ୟୁନିଟି ମଜବୁତ ହୋଇପାରିବ ।

ସେହିପରି ମୋଟାପଣକୁ ନିୟନ୍ତ୍ରଣ କରିବା ପାଇଁ ଲୋକେ ଡାଇଟିଙ୍ଗର ସାହାରା ନେଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଗୋଟେ ଛତୁ ଆପଣଙ୍କ ଶରୀର ପାଇଁ କେତେ ଉପକାରୀ ହୋଇଥାଏ । ପୋଷଣ ଗୁଣରେ ଭୁରପୁର ହୋଇଥାଏ ଛତୁ । ଏହାସହିତ ଏଥିରେ ଔଷଧୀୟ ଗୁଣ ମଧ୍ୟ ରହିଥାଏ । ତେବେ ଆସନ୍ତୁ ଜାଣିବା ମସରୁମ ସେବନ ଦ୍ୱାରା ଶରୀରକୁ କି ପ୍ରକାରର ଫାଇଦା ହୋଇଥାଏ ।

ପ୍ରକୃତରେ ଛତୁରୁ ପୋଟାସିୟମ, ପ୍ରୋଟିନ୍, କପର, ସେଲେନିୟମ, ଫସଫରସ, ଆଣ୍ଟିଅକ୍ସିଡେଣ୍ଟ, ଫାଇଟୋଫେମିକଲ୍ସ ଏବଂ ଭିଟାମିନ୍ ସି, ବି, ଡି ଭଳି ଅନେକ ପୋଷକ ତତ୍ୱ ମିଳିଥାଏ । ଏହି ତତ୍ୱ ଦ୍ୱାରା ବ୍ୟକ୍ତିଙ୍କର ଅନେକ ରୋଗ ଦୂର ହୋଇଥାଏ । ଏହାସହିତ ହାଡ ପାଇଁ ଛତୁ ବହୁତ ଲାଭକାରୀ ହୋଇଥାଏ । ଏଥିରୁ ଭିଟାମିନ୍ ଡି, ପୋଟାସିୟମ, ଫସଫରସ ଏବଂ କ୍ୟାଲସିୟମ ଅଧିକ ମାତ୍ରାରେ ମିଳିଥାଏ । ଯାହା ହାଡ ମଜବୁତ କରିବାରେ ସହାୟକ ହୋଇଥାଏ ।

ସେହିପରି ଛତୁରେ କ୍ୟାଲୋରୀ ଏବଂ ଫ୍ୟାଟର ମାତ୍ରା କମ ଥାଏ । ଯେଉଁଥିପାଇଁ ବ୍ୟକ୍ତିଙ୍କ ଓଜନ ବୃଦ୍ଧିକୁ ରୋକିବାରେ ସହାୟକ ହୋଇଥାଏ । କେବଳ ଏଥିକି ନୁହେଁ ମଥରୁମ୍ ରେ ପ୍ରୋଟିନ୍ ଏବଂ ପୋଷଣ ତତ୍ୱ ମଧ୍ୟ ରହିଥାଏ ଯାହାଦ୍ୱାରା ଆପଣଙ୍କ ପେଟ ଭରି ହୋଇଥିବାର ଅନୁଭବ ହୋଇଥାଏ । ଯେଉଁଥି ପାଇଁ ଆପଣ ଅଧିକ ଭୋଜନ ସେବନ କରିନଥାନ୍ତି । ସେହି କାରଣରୁ ଆପଣଙ୍କ ଓଜନ ନିୟନ୍ତ୍ରଣରେ ରହିଥାଏ ।

ଆଜିକା ସମୟରେ ଇମ୍ୟୁନିଟି ମଜବୁତ ରହିବା ନିହାତି ଜରୁରୀ । ଯଦି ଆପଣଙ୍କ ଇମ୍ୟୁନିଟି ମଜବୁତ ରହିବ ତେବେ ଆପଣ ଅନେକ ରୋଗରୁ ରକ୍ଷା ପାଇ ପାରିବେ । ଇମ୍ୟୁନିଟିକୁ ମଜବୁତ ରଖିବା ପାଇଁ ଆପଣଙ୍କୁ ଛତୁ ସହାୟକ ହୋଇପାରେ ।

ଛତୁରେ ଥିବା ଫଲିକ ଏସିଡ୍ ଏବଂ ଆୟରନ ଆପଣଙ୍କ ଶରୀରରେ ହିମୋଗ୍ଲୋବିନ୍ ସ୍ତରକୁ ବଢାଇବାରେ ସହାୟକ ହୋଇଥାଏ । ଛତୁରେ ପଲିସେକେରାଇଡ ରହିଥାଏ ଯାହା ପ୍ରିବାୟୋଟିକ୍ସ ରୂପେ କାମ କରିଥାଏ । ସେଥିପାଇଁ ଆପଣଙ୍କ ପାଚନ ପ୍ରକ୍ରିୟା ମଧ୍ୟ ସଠିକ୍ ଭାବେ ହୋଇଥାଏ ।