ଭୁବନେଶ୍ୱର: ରାଜ୍ୟରେ ଏବେବି କରୋନା ସଂକ୍ରମଣ ହାର ଚିନ୍ତାଜନକ ରହିଛି । ଏପଟେ ପୁଣି ତୃତୀୟ ଲହର ଭୟ ବି ବଢିଛି ମାତ୍ର ଏଭଳି ସ୍ଥିତିରେ ରାଜ୍ୟ ସରକାର କରୋନା ମହାମାରୀର ତୃତୀୟ ଲହରକୁ ମୁକାବିଲା କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ବାରମ୍ବାର ରାଜ୍ୟବାସୀଙ୍କୁ ଆଶ୍ୱାସନା ଦେଇ ଆସୁଛନ୍ତି ।କିନ୍ତୁ ରାଜ୍ୟ ସରକାରଙ୍କ ଏହି ତୃତୀୟ ଲହର ପ୍ରସ୍ତୁତିକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ରାଜ୍ୟରେ ଏବେବି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ପଡିଛି ଆଉ ରାଜ୍ୟ ସରକାର ତୃତୀୟ ଲହର ପ୍ରସ୍ତୁତି ଶେଷ କରିଛନ୍ତି ବୋଲି କହୁଛନ୍ତି । ବର୍ତ୍ତମାନ ରାଜ୍ୟରେ ୫୨.୦୭ ପ୍ରତିଶତ ଡାକ୍ତର ପଦବୀ ଖାଲି ରହିଛି ।ଏଭଳି ସ୍ଥିତିରେ ରାଜ୍ୟ ସରକାର କେଉଁମାନଙ୍କୁ ନେଇ କରୋନା ମୁକାବିଲା କରିବେ ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛି ବିଜେପି । ଏହା ସହିତ ରାଜ୍ୟରେ ଶିଶୁ ବିଷେଶଜ୍ଞଙ୍କ ମଧ୍ୟ ଅଭାବ ରହିଛି ଯାହା ଆଗାମୀ ଦିନରେ ଏକ ଭୟଙ୍କର ସ୍ଥିତି ସୃଷ୍ଟି କରିବାକୁ ଯାଉଛି ବୋଲି କହି ରଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ।ଏପେଟ ଶିଶୁ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥାର କଥା କହୁଥିବା ରାଜ୍ୟ ସରକାର ଏବେ ସୁଦ୍ଧା ଏକ ଡେଡିକେଟେଡ୍ ଚାଇଲ୍ଡ କେୟାର ବେଡ୍ ର ବ୍ୟବସ୍ଥା କରିପାରିନାହାନ୍ତି ଯାହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ଭାରତୀୟ ଜନତା ପାର୍ଟି ।