ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୭ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି। ଦୈନିକ କରୋନା ଜନିତ ମୃତ୍ୟୁ ଏକ ଅଙ୍କକୁ ହ୍ରାସ ପାଇଥିଲେ ମଧ୍ୟ ବାଲେଶ୍ୱରରେ ଜଣେ ୬ ବର୍ଷର ଶିଶୁକନ୍ୟା କରୋନାରେ ପ୍ରାଣ ହରାଇବା ଘଟଣା ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି। ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲାରୁ ୨ ଜଣ ରହିଛନ୍ତି। ଏଥିସହିତ ବାଲେଶ୍ୱର, କଟକ, ଢେଙ୍କାନାଳ, କେନ୍ଦ୍ରାପଡା ଓ ପୁରୀରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୦୩୫ରେ ପହଞ୍ଚିଛି।