ଖୋର୍ଦ୍ଧା: ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସଙ୍କ ବିରୋଧରେ ଆସୁଛି ଗୋଟିଏ ପରେ ଗୋଟିଏ ସଙ୍ଗୀନ ଅଭିଯୋଗ । ମାନସ ଓ ତାଙ୍କ ପୁଅ ମନୋରଞ୍ଜନଙ୍କ ନାଁରେ ଏତଲା ହୋଇଛି । ଖୋର୍ଦ୍ଧା ସଦର ଥାନାରେ ବାପ, ପୁଅ ନାଁରେ ଏତଲା ହୋଇଛି । ମାନସଙ୍କ ଷ୍ଟେଜ୍ ବଡିଗାର୍ଡ କହୁଥିବା ଜଣେ ବ୍ୟକ୍ତି ଏହି ଏତଲା ଦେଇଛନ୍ତି । ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସେ ଅଭିଯୋଗ କରିଛନ୍ତି । ତାଙ୍କୁ ଦିଆଯାଇଥିବା ଧମକର ଅଡିଓକୁ ମଧ୍ୟ ସେ ପ୍ରମାଣ ଦେଇଛନ୍ତି । ୨୦୧୯ରେ ବାପା ପୁଅ ଧମକ ଦେଇଥିବା ଅଭିଯୋଗରେ ଦର୍ଶାଯାଇଛି ।