କୋଟିଆ ମାମଲାକୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି । ମାମଲାକୁ ରାଜନୈତିକ ଉପାୟରେ ସମାଧାନ କରିବାକୁ କୋର୍ଟ କହିଛନ୍ତି ।
ସୁପ୍ରିମକୋର୍ଟ କହିଛନ୍ତି ଯେ, ମାମଲାର ରାଜନୈତିକ ସମାଧାନ ହେବାର ଆବଶ୍ୟକତା ରହିଛି । ଏନେଇ କୋର୍ଟ ମୌଖିକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଓଡିଶା ଏବଂ ଆନ୍ଧ୍ର ସରକାରଙ୍କୁ ରାଜନୈତିକ ସ୍ତରରେ ଆପୋଷ ବୁଝାମଣା କରି ସମାଧାନ କରିବାକୁ କୋର୍ଟ କହିଛନ୍ତି । ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଖାନଓ୍ୱାଲକର ମାମଲାର ଶୁଣାଣି କରିଥିଲେ। ତେବେ ୬ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୂଚନା ମିଳିଛି ।