Odia News Portal

ଭାରତ ସହ ବନ୍ଧୁତ୍ୱ ସ୍ଥାପନ କରିବାକୁ ଚାହୁଁଛି ତାଲିବାନ

ନୂଆଦିଲ୍ଲୀ: ଭାରତ ସହ ବନ୍ଧୁତ୍ୱ ସ୍ଥାପନ କରିବାକୁ ଚାହୁଁଛି ତାଲିବାନ । ଏକ ଜାତୟ ଗଣମାଧ୍ୟମକୁ ସ୍ୱତନ୍ତ୍ର ବାର୍ତ୍ତାଳାପରେ ତାଲିବାନର ନେତା ମୌଲଭି ଜିଆଉଲ ହକମଲ ଏଭଳି କହିଛନ୍ତ । ଭାରତ ଆମର ଶତ୍ରୁ ନୁହେଁ ଏବଂ ଆମେ ଭାରତ ସହ ଉନ୍ନତ ତଥା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁ।

ଏହା ପୂର୍ବରୁ ମଧ୍ୟ ତାଲିବାନ ଏଭଳି ସଙ୍କେତ ଦେଇଥିଲା ଯେତେବେଳେ ତାଲିବାନ ନେତା ଶେର ମହମ୍ମଦ ଅବ୍ବାସ ସସ୍ତିକଜାଇ କହିଥିଲେ ଯେ ଭାରତ ଏହି ଅଞ୍ଚଳର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ ଏବଂ ଆମେ ଭାରତ ସହିତ ଭଲ ବାଣିଜ୍ୟ ଏବଂ ଅର୍ଥନୈତିକ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁ।

ଏଥି ସହିତ ଆମେରିକା ସରକାର ତାଲିବାନକୁ ଆନୁଷ୍ଠାନିକ ଭାବେ ସ୍ୱୀକୃତି ଦେବା ସପକ୍ଷରେ ନାହାଁନ୍ତି। ଡେମୋକ୍ରାଟିକ୍ ବରିଷ୍ଠ ସିନେଟର କ୍ରିସ୍ ମର୍ଫି କହିଛନ୍ତି ଯେ ଆଫଗାନିସ୍ତାନରେ ବିରୋଧୀ ଦଳକୁ ଚିହ୍ନିବା ଭଲ ହେବ ନାହିଁ କାରଣ ସେମାନେ ପ୍ରକୃତରେ ଦେଶ ଚଳାଉ ନାହାଁନ୍ତି। ତେବେ ମର୍ଫି କହିଛନ୍ତି ଯେ ଆମେରିକା ତାଲିବାନକୁ ଆନୁଷ୍ଠାନିକ ଭାବେ ଚିହ୍ନି ନଥିଲେ ମଧ୍ୟ ଏହା ଦଳ ସହ କଥା ହେବା ଉଚିତ।