ଭଦ୍ରକ: ବିଜେପି ମହିଳା ମୋର୍ଚ୍ଚାର ପୂର୍ବତନ ସମ୍ପାଦିକା ଏବେ ମୁହଁ ଖୋଲିଛନ୍ତି । ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାରେ କେବଳ ସଭାପତି ଚୟନ ହୋଇଥିବା ବେଳେ ଏବେ ମନମୁଖୀ କାର୍ୟ୍ୟ ଜାରି ରହିଛି ବୋଲି ଅଭିଯୋଗ କରିଛନ୍ତି । ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ପୂର୍ବତନ ସମ୍ପାଦିକା ନବନିତା ନାୟକ । ସୋସିଆଲ ମିଡିଆ ରେ ନିଜ ପୋଷ୍ଟ ଓ ରାଜ୍ୟ ସଭାପତି ଜନୈକ କର୍ମୀଙ୍କ ଘରେ ଭୋଜନକୁ ବିରୋଧ କରିବା ସହ ଦଳରୁ ଇସ୍ତଫା ଦେଇଥିଲେ , ତେବେ ପରେ ବିଜେପି ମହିଳା ମୋର୍ଚ୍ଚା ତରଫରୁ ତାଙ୍କୁ ଦଳରୁ ଅବ୍ୟାହତି ଦିଆଯାଇଥିବା କହିବା ସହ ଅନ୍ୟଙ୍କୁ ସେହି ପଦବୀ ଦିଆଯାଇଥିଲା । ଏବେ ନବନିତା ପ୍ରଶ୍ନ କରିଛନ୍ତି ଯେ ମହିଳା ମୋର୍ଚ୍ଚାର ସଭାପତିଙ୍କ ବ୍ୟତୀତ ଅନ୍ୟ କୌଣସି କର୍ମକର୍ତ୍ତା ଚୟନ ହୋଇ ନଥିବା ବେଳେ ଜିଲ୍ଲା ମହିଳା ମୋର୍ଚ୍ଚା କେମିତି ପଦବୀ ବଣ୍ଟନ କରିଛି । ତେବେ ତାଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରାଯାଇଛି କି ନାହିଁ ସେ ନେଇ ମଧ୍ୟ ତାଙ୍କୁ ଅବଗତ କରାଯାଇନଥିବା ବେଳେ ମନମୁଖୀ ଭାବେ କାର୍ୟ୍ୟକର୍ତ୍ତା ଚୟନ ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି । ଏନେଇ ରାଜ୍ୟ ତରଫରୁ ମହିଳା ମୋର୍ଚ୍ଚାକୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଦିଆଯାଇଥିବା କହିଛନ୍ତି । ସେ ଦଳୀୟ ଶୃଙ୍ଖଳା ଭାଙ୍ଗି ନଥିବା ବେଳେ ତାଙ୍କୁ ମିଛରେ ବଦନାମ କରାଯାଉଥିବା କହିଛନ୍ତି ନବନିତା ।