Odia News Portal

ପ୍ରେମିକକୁ ଓୟୋ ରୁମକୁ ଡାକିଲା, କାମ ସରିବା ପରେ ଅସଦାଚରଣ ଅଭିଯୋଗରେ ହଙ୍ଗାମା କଲା ପ୍ରେମିକା

ଭୁବନେଶ୍ୱର: ଓୟୋକୁ ଗଲେ, ହଙ୍ଗାମା କଲେ । ଗୋଟିଏ ରୁମରେ ରହିଲେ ଆଉ ଶେଷରେ ଅସଦାଚରଣ କରିଥିବା ଅଭିଯୋଗ ଆଣିଥିଲା ପ୍ରେମିକା । ଲକ୍ଷେ ଟଙ୍କା ନଦେଲେ ଥାନାକୁ ଯିବାକୁ ଦେଲା ଧମକ । ରାଜଧାନୀ ଭୁବନେଶ୍ୱର ଆଇଡି ମାର୍କେଟରେ ଘଟିଛି ଏଭଳି ଘଟଣା । ଉଭୟ ପ୍ରେମିକ ଓ ପ୍ରେମିକା ଥାନାରେ ପହଞ୍ଚିବା ପରେ ଘଟଣାରେ ଆପୋଷ ବୁଝାବଣା ହୋଇଛି ।
ସୂଚନା ଅନୁଯାୟୀ, ଯୁବକ ଜଣକ ବାଙ୍ଗାଲୋରରେ ରହି ସଫ୍ଟଓୟାର କାମ କରୁଥିବା ବେଳେ ଯୁବତୀ ଜଣକ ଫ୍ୟାସନ ଡିଜାଇନ କରନ୍ତି । ସାଦି ଡଟ କମରୁ ଉଭୟ ନମ୍ବର ଆଣିବା ପରେ କଥା ହୋଇଥିଲେ । କଥା ଏତେ ଆଗକୁ ବଢ଼ିଯାଇଥିଲା ଯେ ଶେଷରେ ପ୍ରେମିକକୁ ଓୟୋକୁ ଡାକିଥିଲା ପ୍ରେମିକା । କିଛି ସମୟ ରହିବା ପରେ ପ୍ରେମିକ ଉପରେ ତୋଡ ଦେଖାଇଥିଲା ପ୍ରେମିକା । ମୋ ସହ ତମେ ଅସଦାଚରଣ କରିଛି । ମୁଁ ପୋଲିସକୁ ଅଭିଯୋଗ କରିବି । ଏଭଳି କହି ଡରାଇ ଦେଇଥିଲା ।
ସେପଟେ ହୋଟେଲ ରିସପସନ ଚେୟାର ବସେଇ ଦେଇଥିବା ପ୍ରେମିକ ଜଣକ ଡରରେ ଛାନିଆଁ ହୋଇଯାଇଥିଲେ । ଶେଷରେ ବିଚରା ପ୍ରେମିକ ଜଣକ ନିକଟସ୍ଥ ନୟାପଲ୍ଲୀ ଥାନାରେ ଯାଇ ପହଞ୍ଚିଥିଲେ । ଯୁବତୀ ତାଙ୍କ ତାଙ୍କ ଭଉଣୀ ଏବଂ ଅନ୍ୟ ଦୁଇଜଣ ପୁରୁଷବନ୍ଧୁଙ୍କ ସହ ଥାନାରେ ପହଞ୍ଚିବା ପରେ ଆପୋଷ ବୁଝାବଣା ହୋଇଥିଲା ।