ଭୁବନେଶ୍ୱର: ନୂଆଦିଲ୍ଲୀର ସାମାଜିକ ଅନୁଷ୍ଠାନ ମାର୍ଗ ପକ୍ଷରୁ ମହିଳା ଓ ପୁରୁଷମାନଙ୍କ ସମ୍ମାନ ଅଧିକାରକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସମତା ନ୍ୟାୟ ସହଭାଗୀମାନଙ୍କୁ ନେଇ ତାଲିମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ରାଜଧାନୀର ଏକ ହୋଟେଲରେ ଅନୁଷ୍ଠିତ ଏହି କର୍ମଶାଳାରେ କଟକ ଜିଲ୍ଲାର ୪ଟି ବ୍ଲକ ଡମପଡା, ବାରଙ୍ଗ, କଟକ ସଦର ଏବଂ ଟାଙ୍ଗୀ ଅ ଳରୁ ନିର୍ବାଚିତ ଗ୍ରାମପ ।ୟତର ନ୍ୟାୟ ସମତା ସହଭାଗୀମାନେ ଅଂଶଗ୍ରହଣ କରିଥିଲେ ।
ଡମପଡା, ହରିରାଜପୁର, ଶିମିଳିପୁର, ଭଗୀପୁର, କୁସୁପଙ୍ଗୀ, ବାଅାଁରା, ପାଥପୁର, କୂଳସରିଚୁଅାଁ, ବରହମପୁର, ବେ କାର ଦଧିବାମନପୁର, ଝାରକଟା, କୋଟସାହି, ହରିଅନ୍ତା, ଆଗ୍ରାହାଟ, କହ୍ନେଁଇପୁର, ଜରିପଡା, ଉଚ୍ଛପଡା, ଭଟିମୁଣ୍ଡା, ମାଗୁରା, କୁହ୍ନେଁଇପଡା, ମଧୁପୁର, ଦାଢ଼ାପାଟଣା, ରାମଦାସପୁର ଏବଂ ନରାଜ ଗ୍ରାମ ପ ।ୟତର ନ୍ୟାୟ ସମତା ସହଭାଗୀମାନେ ଏଥିରେ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଅଧିବକ୍ତା ପି.କେ ମହାନ୍ତି ଓ ମାନସ ରଞ୍ଜନ ଧଳ ଅତିଥି ଭାବରେ ଯୋଗଦେଇଥିଲେ । ଏହି ଦୁଇଦିନିଆ କର୍ମଶାଳାରେ ଘରୋଇ ହିଂସା ଅଧିନିୟମ ୨୦୦୫ ଉପରେ ଆଲୋଚନା କରାଯିବ ।ମାର୍ଗ ଅନୁଷ୍ଠାନ ତରଫରୁ ଜିଲ୍ଲା ସଂଯୋଜକ ପ୍ରଭାସ କର ଏହାକୁ ପରିଚାଳନା କରିଥିଲେ । ଦିଲ୍ଲୀ କାର୍ଯ୍ୟାଳୟରୁ ପାଙ୍ଖୁରି ଗୁପ୍ତା, କାର୍ଯ୍ୟକ୍ରମ ସଂଯୋଜକ ଏବଂ ନୁରୁ ଆଲାମ ଖାଁ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଶିକ୍ଷାର୍ଥିମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।