କରୋନାର ସମ୍ଭାବିତ ୩ୟ ଲହର ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ଏହି ବୈଠକ ଅପରାହ୍ନ ୩ଟା ୩୦ରେ ହେବ । ବୈଠକରେ କରୋନାର ବର୍ତ୍ତମାନର ସ୍ଥିତି ଉପରେ ଚର୍ଚ୍ଚା ହେବ । ଏଥି ସହିତ ମହାମାରୀରୁ ବର୍ତ୍ତିବା ପାଇଁ ଏପର୍ଯ୍ୟନ୍ତ ନିଆଯାଇଥିବା ସମସ୍ତ ପଦକ୍ଷେପ ଉପରେ ସମୀକ୍ଷା ହେବ ।ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ, କ୍ୟାବିନେଟ ସଚିବ ଏବଂ ନୀତି ଆୟୋଗର ସଦସ୍ୟ ମଧ୍ୟ ସାମିଲ ହେବେ । ଏଥିରେ ସମ୍ଭାବିତ କରୋନାର ୩ୟ ଲହର ନେଇ ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା ହେବ ।
କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ଅଧିନରେ ଆସୁଥିବା ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରତିଷ୍ଠାନ (ଏନଆଇଡିଏମ) ୩ୟ ଲହରକୁ ଦୃଷ୍ଟିରେ ରଖି ମିଳୁଥିବା ଚେତାବନୀ ଉପରେ ଅଧ୍ୟୟନ କରୁଛି । ଏଥି ସହିତ ଜାତୀୟ ପ୍ରତିଷ୍ଠାନ କରୋନା ମୁକାବିଲା ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହି ପ୍ୟାନେଲ ପିଏମଓକୁ ପଠାଇଥିବା ନିଜର ରିପୋର୍ଟରେ କହିଛି ଯେ, ଆସନ୍ତା ଅକ୍ଟୋବରରେ କରୋନାର ୩ୟ ଲହର ପିକ୍ସ୍ତରରେ ପହଂଚିପାରେ ।