ଜଗତସିଂହପୁର: ରାଜ୍ୟ ସରକାରଙ୍କ ବସୁନ୍ଧରା ଜମି ଜାଲିଆତି ମାମଲାରେ ଆଜି ଭିଜିଲାନ୍ସ ଚଢ଼ାଉ ହୋଇଥିଲା । ମୋଟ ୬ ଅଧିକାରୀଙ୍କ ଘର ସହ ୯ଟି ସ୍ଥାନରେ ଚଢ଼ାଉ ହୋଇଥିଲା । ତେବେ ଏହି ମାମଲାରେ ଫସିଛନ୍ତି ତହସିଲଦାର ରମେଶ ପଣ୍ଡା । ସେ କୁଜଙ୍ଗ ତହସିଲଦାର ଥିବାବେଳେ ଏହି ଜମି ଜାଲିଆତି ହୋଇଥିଲା । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ତହସିଲରେ ହୋଇଥିଲା । ରମେଶ ପଣ୍ଡା ଏବେ ଭଦ୍ରକ ଜିଲ୍ଲା ତିହିଡ଼ିରେ ତହସିଲଦାର ଅଛନ୍ତି । ତେବେ ଏହି ଘଟଣାରେ ୧୬ଜଣଙ୍କ ନାମରେ ମାମଲା ହୋଇଥିଲା । ଜଣେ ତହସିଲଦାର ଅଥବା ରମେଶ ପଣ୍ଡାଙ୍କ ନାଁରେ ଏହି ମାମଲା ହୋଇଥିଲା । ଭିଜିଲାନ୍ସ ଚଢ଼ାଉ ହେବା ପରେ ସେ ଗିରଫ ହୋଇଛନ୍ତି ।