Odia News Portal

କେନ୍ଦ୍ର ରେଳମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ ପୂର୍ବରୁ ବିଜେପିର ପ୍ରସ୍ତୁତି ବୈଠକ

ବଲାଙ୍ଗୀର: ଆସନ୍ତା ୨୨ ତାରିଖ ଜନ ଆଶୀର୍ବାଦ ଯାତ୍ରା ପରିପେକ୍ଷିରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଲାଙ୍ଗୀର ଗସ୍ତ ନେଇ ବିଜେପି ପକ୍ଷରୁ ସ୍ଥାନୀୟ ସର୍କିଟ ହାଉସ ରେ ଏକ ପ୍ରସ୍ତୁତି ବୈଠକ କରାଯାଇଛି । ଉକ୍ତ ବୈଠକରେ ରେଳ ମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ କୁ ନେଇ ଆଲୋଚନା ହୋଇଥିଲା ଏବଂ କାର୍ୟ୍ୟ ସୂଚୀ ପ୍ରସ୍ତୁତ ହୋଇଥିଲା।

ସଂଧ୍ୟା-୫.୩୦ ଠାରୁ ୬.୦୦-ବାଇକ ରାଲି ଏବଂ ରୋଡ଼ ସୋ(ଶାନ୍ତି ପଡାଛକ ଠାରୁ ସାଗରପଡା ଭଗବତୀ କଲ୍ୟାଣି ମଣ୍ଡପ) ସଂଧ୍ୟା ୭.୦୦ ଠାରୁ ୭.୩୦-ସାମ୍ବାଦିକ ସମ୍ବିଳନୀ,ସର୍କିଟ ହାଉସ, ବଲାଙ୍ଗୀର ଠାରେ। ସଂଧ୍ୟା ୭.୩୦ ଠାରୁ ୮.୩୦-ବୁଦ୍ଧିଜୀବୀ ସମ୍ବିଳନୀ, ସର୍କିଟ ହାଉସ୍ ଠାରେ ହେବାର କାର୍ୟ୍ୟକ୍ରମ ରହିଛି । ବଲାଙ୍ଗୀର ଜିଲ୍ଲା ସଭାପତି ଶିବାଜୀ ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକ ରେ ବିଜେପି ନେତା କନକ ବର୍ଦ୍ଧନ ସିଂଦେଓ, ଅନନ୍ତ ଦଶ, ପ୍ରଭାସ ପାଣିଗ୍ରାହୀ, ଗୋପାଳଜୀ ପାଣିଗ୍ରାହୀ,ଭକ୍ତ ବନ୍ଧୁ ନାଏକ, ପିତାମ୍ବର ଖମାରୀ, ଚିତ୍ତ ମିଶ୍ର, ଅମିତ ସିଂହ ନିନା, ଦୀନେଶ ଶର୍ମା,ଅନିଲ ପାଣିଗ୍ରାହୀ, ରାଜକିଶୋର ନାୟକ, ପ୍ରଦୀପ ବଂଶଲ, ସୁନୀଲ ସେଠ, ସନ୍ତୋଷ ସାହୁ,ସୁନୀଲ ମିଶ୍ର, ରଞ୍ଜିତା ପାଣିଗ୍ରାହୀ, ଆରତୀ ଗୁରୁ, ବନଶ୍ରୀ ଆଚାର୍ୟ୍ୟ,ରଶ୍ମିରେଖା ଦାନୀ, ସଞ୍ଜୁ ନାୟକ, ସରିତା ଯୋଶୀ, ସୌଦାମିନୀ ମିଶ୍ର ଯୋଗ ଦେଇଥିଲେ ।