ଭୁବନେଶ୍ୱର: ବାବା ସାଧାରଣତଃ ନିରାମିଷ ଭୋଜନର ପକ୍ଷପାତୀ ଥିଲେ । ତେବେ ‘ଶ୍ରୀ ସାଇ ସତଚରିତ’ରେ ଉଲ୍ଲେଖ ଅଛି ଯେ, ବେଳେ ବେଳେ ଭକ୍ତମାନଙ୍କ ପାଇଁ ଆମିଷ ଖାଦ୍ୟ ରାନ୍ଧୁଥିଲେ । ପ୍ରକୃତରେ ଦେଖିବାକୁ ଗଲେ ନିଜର କ୍ଷୁଧାଚରିତାର୍ଥ କରିବା ପାଇଁ ମନୁଷ୍ୟର ଅନ୍ୟ ପ୍ରାଣୀଙ୍କୁ ବଧ କରିବାର ଅଧିକାର ନାହିଁ । ସମସ୍ତ ଘଟରେ ଇଶ୍ୱର ବିଦ୍ୟମାନ ଏହା ବୁଝିବାର ଶକ୍ତିି ମନୁଷ୍ୟର ଅଛି । ଅନ୍ୟ ପ୍ରାଣୀମାନଙ୍କର ସେଇ ବୁଝିବା ଶକ୍ତି ନାହିଁ । ତେଣୁ ଜୀବ ହତ୍ୟା ନକରିବାକୁ ଆରମ୍ଭରୁ ହିଁ ବାବା ଉପଦେଶ ଦେଇଛନ୍ତି । ତେବେ ଏକାବେଳେ ତ ସବୁ ଭକ୍ତଙ୍କ ମନ ବଦଳିଯିବ ନାହିଁ । ତେଣୁ ଏଇ କଥାଟିକୁ ଆପେକ୍ଷିକ ଭାବରେ ଦେଖିବାକୁ ପଡ଼ିବ । ତା’ଛଡ଼ା କେବଳ ଆମିଷାଶୀ ବା ନିରାମିଷାଶୀ ହୋଇଗଲେ ହୁଏ ନାହିଁ । ଆମିଷ ଭକ୍ଷଣ ପରିତ୍ୟାଗ କଲେ ଯେ ଆଧ୍ୟାତ୍ମବାଦୀ ହୋଇଯିବ, ସତମଣିଷ ହୋଇଯିବ ଏମିତି କିଛି ମାନେ ନାହିଁ । ପୃଥିବୀର ତିନି ଚତୁର୍ଥାଂଶ ଲୋକ ଆମିଷାଶୀ । ସେଇ ଆମିଷାଶୀ ଲୋକମାନଙ୍କ ଦେଶରୁ ତ ପୁଣି ଜନ୍ମ ନେଇଛନ୍ତି ଯୀଶୁ ଖ୍ରୀଷ୍ଟ ଏବଂ ମହମ୍ମଦ ।