ଭୁବନେଶ୍ୱର: ନିଶା କାରବାରର ହବ୍ ପାଲଟିଛି ରାଜଧାନୀ ଭୁବନେଶ୍ଵର। ରାଜଧାନୀରୁ ବିପୁଳ ପରିମାଣରେ ଅଫିମ ଜବତ। କୋଳଥିଆରୁ ୨୦ କେ.ଜିର ଅଫିମ ଜବତ କଲା ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ଏହି ଅଭିଯୋଗରେ ୩ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ତେବେ ଜବତ ହୋଇଥିବା ଅଫିମର ମୁଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।
ସୂଚନାନୁଯାୟୀ, ଭୁବନେଶ୍ଵରରୁ ହରିୟାଣା ଅଫିମ ଚୋରା ଚାଲାଣ ବେଳେ ଚଢାଉ। ଏକ ଅଫିମ ବୋଝେଇ ୧୬ ଚକିଆ କଣ୍ଟେନର ହରିୟାଣାକୁ ଚାଲାଣ ହେଉଥିବା ବେଳେ କୋଳଥିଆରୁ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଚଢାଉ କରିଛି। ଚଢାଉ ବେଳେ ୨୦ କେ.ଜିର ଅଫିମ ଜବତ ହୋଇଛି। ଜବତ ହୋଇଥିବା ଅଫିମର ଆନୁମାନିକ ମୁଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ଏହା ସହ ୩ ଜଣଙ୍କୁ ଗିରଫ କରିଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ତେବେ ଗିରଫ ହୋଇଥିବା ଅଭିଯୁକ୍ତ ଉତ୍ତର ପ୍ରଦେଶର ହୋଇଥିବା ସୂଚନା ମିଳିଛି।