ମୁମ୍ବାଇ: ବଲିଉଡ଼ର ଦିବଙ୍ଗତ ଭେଟେରିଆନ ଅଭିନେତ୍ରୀ ଶ୍ରୀଦେବୀଙ୍କ ଆଜି ଜନ୍ମଦିନ । ଶ୍ରୀଦେବୀଙ୍କ ଆଜି ୫୫ତମ ଜନ୍ମ ଜୟନ୍ତୀ । ୧୯୬୩ ମସିହାରେ ତାମିଲନାଡୁର ମିନାମପତିରେ ଜନ୍ମ ଗ୍ରହଣ କରିଥିଲେ ଶ୍ରୀଦେବୀ । ତେବେ ୨୦୧୮ ମସିହାରେ ଦୁବାଇରେ ତାଙ୍କର ଦେହାନ୍ତ ହୋଇଥିଲା । ହିନ୍ଦୀ, ତାମିଲ,ତେଲୁଗୁ, କାନାଡା ଏବଂ ମାଲାୟଲମ ଫିଲ୍ମରେ ଅଭିନୟ କରିଛନ୍ତି ଶ୍ରୀଦେବୀ । ବଲିଉଡରେ ଦମଦାର ଅଭିନୟ କରି ନିଜର ଛାପ ଛାଡ଼ିଯାଇଛନ୍ତି ସେ । ଏବେ ତାଙ୍କ ଝିଅ ଜାନଭୀ ବଲିଉଡ ଜଗତରେ ପାଦ ଥାପିବାକୁ ଯାଉଛନ୍ତି । ଶ୍ରୀଦେବୀଙ୍କ ସ୍ୱାମୀ ହେଉଛନ୍ତି ବନ୍ନି କପୁର । ଯିଏକି ବଲିଉଡର ଜଣେ ଆଗ ଧାଡ଼ିର ପ୍ରଯୋଜକ । ନିଜର ସୌନ୍ଦର୍ଯ୍ୟ ଲାଗି ସବୁବେଳେ ଚର୍ଚ୍ଚାରେ ରହୁଥିଲେ ଶ୍ରୀଦେବୀ ।
୧୯୬୭ରେ ପ୍ରଥମେ ତାମିଲ ଫିଲ୍ମରେ ଶିଶୁ କଳାକାଳ ଭାବେ ଫିଲ୍ମରେ ଅଭିନୟ କରିଥିଲେ ଶ୍ରୀଦେବୀ । ନିଜର ଦମଦାର ଅଭିନୟ ଲାଗି ଗୋଟିଏ ପରେ ଗୋଟିଏ ଫିଲ୍ମରେ ଅଭିନୟ କରି ନିଜର ଜଲୱା ଦେଖାଇଛନ୍ତି । ତାଙ୍କର ନିଖୁଣ ଅଭିନୟ ଦର୍ଶକଙ୍କ ମନରେ ସବୁଦିନ ଲାଗି ଏକ ଛାପ ହୋଇ ରହିଯିବ ।