Odia News Portal

କେଉଁ ଧରଣର ମନୁଷ୍ୟମାନଙ୍କୁ ବାବା ଭଲ ପାଉଥିଲେ

ଭୁବନେଶ୍ୱର: ବାବା ସର୍ବଦା ତଲ୍ଲୀନ । ସେ ସମସ୍ତ ଜୀବଙ୍କ ମଧ୍ୟରେ ଆତ୍ମଦର୍ଶନ କରନ୍ତି । ତେଣୁ ମନୁଷ୍ୟ ଏବଂ ମନୁଷ୍ୟେତର ସମସ୍ତ ପ୍ରାଣୀଙ୍କୁ ସେ ସମାନ ଭାବରେ ଭଲ ପାଆନ୍ତି । ଆମ ହୃଦୟରେ ଯଦି ଭେଦଭାବହୀନ ପ୍ରେମ ବିସ୍ତାରିତ ହୁଏ ତେବେ ଆମେ ବାବାଙ୍କର ଅସୀମ, ଅକଳନୀୟ ପ୍ରେମକୁ ଉପଲବ୍ଧି କରିପାରିବା । ଆମ ଭିତରେ ଯେତେ ବେଶି ପ୍ରେମ ଭାବ ବଢ଼ିବ, ସେତେବେଶି ଆମେ ବାବାଙ୍କର ଅନ୍ତରଙ୍ଗ ହୋଇପାରିବା । ଇଶ୍ୱର ଏବଂ ଆମମାନଙ୍କର ଅନ୍ତଃସତ୍ତା ଏକ ଅଭିନ୍ନ ।