Odia News Portal

ନୀଳଗିରିକୁ ନବୀନଙ୍କ ଉପହାର

ନୀଳଗିରି ଖେଳପ୍ରେମୀଙ୍କ ପାଇଁ ଖୁସି ଖବର ଦେଲେ ନବୀନ । ୧୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ନୀଳଗିରିରେ ଇନଡୋର ଷ୍ଟାଡିୟମ । ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ପରେ ନୀଳଗିରିରେ ଖୁସିର ଲହରୀ ଖେଳିଯାଇଛି । କ୍ରୀଡ଼ାର ବିକାଶ ସହ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଆଶ୍ରୟସ୍ଥଳୀ ଓ ଜରୁରୀକାଳୀନ ଚିକିତ୍ସାଳୟ ହୋଇପାରୁଥିବା ପରି ୮୯ଟି ବହୁମୁଖୀ ଇନଡୋର ଷ୍ଟାଡିଅମ ନିର୍ମାଣକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି ।

ଏଥିପାଇଁ ୬୯୩.୩୫ କୋଟି ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରିବେ । ରାଜ୍ୟରେ କ୍ରୀଡ଼ାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପରେ ଆଦିବାସୀ ବହୁଳ ଅଂଚଳ ନୀଳଗିରି ପାଇଁ ଏହି ଷ୍ଟାଡିୟମ ହେବାର ସୂଚନା ମିଳିଛି । ବିଜ୍ଞାପିତ ଅଞ୍ଚଳରେ ତିଆରି ହେବାକୁ ଥିବା ଏହି ଷ୍ଟାଡିୟମରେ ୫୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ମଧ୍ୟ ରହିବ ବୋଲି ଜଣା ପଡ଼ିଛି ।

ତେବେ ଏଭଳି ନିଷ୍ପତ୍ତିକୁ ନୀଳଗିରିର କ୍ରୀଡ଼ାପ୍ରେମୀ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେପଟେ ନୀଳଗିରି ବିଜେଡି ନେତା ସନ୍ତୋଷ ଖଟୁଆ, ଗତିକୃଷ୍ଣ ନନ୍ଦ, ତାପଶ ପରିଡା, ବିଜୟ ଲେଙ୍କା, ରବିନ୍ଦ୍ର ପରିଡା, ଧୀରେନ୍ଦ୍ର ଲେଙ୍କା , ଅଶୋକ ପ୍ରଧାନଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ପ୍ରମୁଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ କୃତଜ୍ଞତା ପ୍ରଦାନ କରିଛନ୍ତି ।