ଆଜିଠୁ ଖୋଲିଲା ନନ୍ଦନକାନନ । ଦୀର୍ଘ ତିନି ମାସ ପରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ । କରୋନା ସଂକ୍ରମଣ ମାମଲା ଦିନକୁ ଦିନ ସାମାନ୍ୟ କମୁଥିବାବେଳେ କରୋନା ଗାଇଡ ଲାଇନ ପାଳନ କରି ସବୁ ଖୋଲାଯିବ।
ପୁଣି ଚିଡିଆଖାନାରେ ବିଭିନ୍ନ ପଶୁପକ୍ଷୀ ବୁଲି ଦେଖିବାର ମଜା ଉଠାଇବେ ପର୍ଯ୍ୟଟକ । ଅଗଷ୍ଟରେ ଅନଲକ୍ ଗାଇଡଲାଇନ୍ ଓ କୋଭିଡ୍ କଟକଣା ଭିତରେ ଚିଡିଆଖାନା ଖୋଲିଛି । ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ପ୍ରବେଶ ପଥରେ ଥର୍ମାଲ ସ୍କ୍ରନିଂ କରାଯାଉଛି । ଭିତରେ ସାମାଜିକ ଦୂରତା ରକ୍ଷା କରିବା ଉପରେ ଦିଆଯାଉଛି ଗୁରୁତ୍ୱ । ୧୦ ବର୍ଷରୁ କମ୍ ଓ ୬୫ ବର୍ଷରୁ ଅଧିକ ବୟସ୍କଙ୍କୁ ନନ୍ଦନକାନ ଆସିବା ମନା ।