Odia News Portal

କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ଆଜି ବସିବ ବୈଠକ

ରାଜ୍ୟରେ କଲେଜ ଓ ବିଶ୍ୱବିଦ୍ୟାଳୟ ସମେତ ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକ ଖୋଲିବା ନେଇ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ଏଥିରେ ଶିକ୍ଷାନୁଷ୍ଠାନ କେବେଠୁ ଓ କେମିତି ଖୋଲିବ ସେ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ।

ସେହିପରି ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ମଧ୍ୟ ବିଭାଗୀୟ ଅଧିକାରୀ ଆଲୋଚନା ଜାରି ରଖିଛନ୍ତି । ଇଞ୍ଜିନିୟରିଂ କଲେଜ, ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଖୋଲିବା ଦିଗରେ ବିଭାଗ ଖୁବ୍‌ଶୀଘ୍ର ନିଷ୍ପତ୍ତି ନିଆଯିବ ।ତେବେ ୟୁଜି ଓ ପିଜି ଶେଷ ବର୍ଷର ପିଲାଙ୍କ ପରୀକ୍ଷା ଅନଲାଇନ୍‌ରେ କରିବା ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଥିବାରୁ ସମାନଙ୍କ ପରୀକ୍ଷା ଅଗଷ୍ଟ ଶେଷ ସୁଦ୍ଧା ସରିବ। ଶିକ୍ଷାନୁଷ୍ଠାନ ଖୋଲିଲେ ବି ସେମାନଙ୍କ ପରୀକ୍ଷା ଅନଲାଇନ୍‌ରେ ହେବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି ।

ଅପରପକ୍ଷରେ ପ୍ରଥମରୁ ଅଷ୍ଟମ ଓ ଏକାଦଶ ଖୋଲିବା ନେଇ ମଧ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତର୍ଜମା କରୁଛି । ତେବେ ଆସନ୍ତା ୧୬ରୁ ନବମ ଶ୍ରେଣୀ କ୍ଲାସ୍‌ରୁମ୍‌ ପାଠପଢ଼ା ହେବାକୁ ନିଷ୍ପତ୍ତି ହୋଇଛି ବୋଲି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।