Odia News Portal

ହାପି ବାର୍ଥ ଡେ ତାପସି ପନ୍ନୁ

ବଲିଉଡ ଅଭିନେତ୍ରୀ ତାପସି ପନ୍ନୁଙ୍କ ଆଜି ଜନ୍ମଦିନ । ୧ ଅଗଷ୍ଟ ୧୯୮୭ରେ ଦିଲ୍ଲୀରେ ଏକ ସିଖ୍ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ । ଆଜି ସେ ତାଙ୍କର ୩୪ତମ ଜନ୍ମଦିନ ପାଳନ କରୁଛନ୍ତି । ତାଙ୍କ ପିତା ଜଣେ ବ୍ୟବସାୟୀ ହୋଇଥିବା ବେଳେ, ମା’ ଗୃହିଣୀ ।

ବଲିଉଡର ସେହି ଅଭିନେତ୍ରଙ୍କ ମଧ୍ୟରୁ ତାପସି ମଧ୍ୟ ଜଣେ, ଯିଏକି ନିଜ ଦମରେ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ଖୁବ୍ କମ୍ ସମୟ ମଧ୍ୟରେ ସେ ଦର୍ଶକଙ୍କ ହୃଦୟରେ ଘର କରିଛନ୍ତି । ଅନେକ ବଡବଡ କଳାକାରଙ୍କ ସହ ସେ କାମ କରିଛନ୍ତି । ହିନ୍ଦୀ ସିନେମା ବ୍ୟତୀତ ସେ ସାଉଥ୍ ସିନେମାରେ ମଧ୍ୟ ନିଜର ନାଁ କମାଇଛନ୍ତି ।

ପ୍ରକାଶ ଥାଉକି, କେବଳ ୮ ବର୍ଷ ବୟସରୁ ହିଁ ତାପସି ଭାରନାଟ୍ୟମ୍ ଶିଖିବା ଆରମ୍ଭ କରିଥିଲେ । ଦିଲ୍ଲୀରେ ସେ ତାଙ୍କର ପାଠପଢା ଶେଷ କରିଥିଲେ ।

ଏକ ଟ୍ୟାଲେଣ୍ଟ ଶୋ’ ମାଧ୍ୟମରେ ତାପସି ନିଜର ଅଭିୟର ପ୍ରତିଭା ଦେଖାଇଥିଲେ । ଏହାପରେ ସେ ମଡେଲିଂ ନିଜର ପାଦ ଥାପିଥିଲେ । ମଡେଲିଂ ଦୁନିଆଁରେ ନାଁ କମାଇବା ପରେ ସେ ଆଉ କେବେ ପଛକୁ ଫେରି ଚାହିଁ ନାହାଁନ୍ତି । ଏହାପରେ ସେ ସଫଳତାର ସିଢି ଚଢିଥିଲେ ।

୨୦୧୦ରେ ତେଲୁଗୁ ସିନେମା ମାଧ୍ୟମରେ ସେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ସେ ୨୦୧୩ରେ ବଲିଉଡରେ ପ୍ରବେଶ କରିଥିଲେ । ପ୍ରଥମ ଫିଲ୍ମ ତାଙ୍କର ଫ୍ଲପ୍ ହୋଇଥିଲା ସତ, କିନ୍ତୁ ସେ ଏଥିରେ ହାର୍ ମାନି ନଥିଲେ । ବଲିଉଡରେ ତାଙ୍କର ସଂଘର୍ଷ ଜାରି ରଖିଥିଲେ । ଆଉ ଆଜି ସେ ବଲିଉଡର ଜଣାଶୁଣା ଅଭିନେତ୍ରୀଙ୍କ ମଧ୍ୟରେ ଜଣେ ହୋଇ ରହିଛନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଢେର୍ ସାରା ଶୁଭକାମନା ।