ଟୋକିଓ: ଟୋକିଓରେ ନିରାଶ କଲେ ଦୂତୀ । ମହିଳା ଶହେ ମିଟର ଦୌଡ଼ରେ ନିରାଶ କରିଛନ୍ତି ଦୂତୀ ଚାନ୍ଦ । ପ୍ରଥମ ରାଉଣ୍ଡରୁ ହିଁ ସେ ବିଦାୟ ହୋଇଛନ୍ତି । ୫ମ ହିଟରେ ଥିବା ଦୂତୀ ସପ୍ତମ ସ୍ଥାନରେ ରହିଥିଲେ । ତେବେ ନିଜ ରେକର୍ଡ଼ରେ ମଧ୍ୟ ସେ ଉନ୍ନତି ଆଣି ପାରିନାହାନ୍ତି । ୧୧.୫୪ ସେକେଣ୍ଡରେ ଶହେ ମିଟର ଦୂରତ୍ୱକୁ ଅତିକ୍ରମ କରିଥିଲେ ଦୂତୀ ।
ତାଙ୍କର ରେକର୍ଡ଼ ୧୧.୧୭ ରହିଥିଲା । ଯାହାକି ଏକ ଜାତୀୟ ରେକର୍ଡ଼ ମଧ୍ୟ । ତେବେ ତାଙ୍କ ପାଖରେ ଆଉ ଏକ ସୁଯୋଗ ମଧ୍ୟ ରହିଛି । ଆଗକୁ ୨୦୦ ମିଟର ଦୌଡ଼ ରହିଛି । ଅଗଷ୍ଟ ୨ ତାରିଖରେ ୨୦୦ ମିଟର ଦୌଡ଼ ପାଇଁ ସେ ଟ୍ରକ୍କୁ ଓହ୍ଲାଇବେ । ତେବେ ଦେଶର ଏକମାତ୍ରା ଆଥଲେଟ ଭାବରେ ଦୂତୀ ଟୋକିଓ ଅଲିମ୍ପିକ୍ସରେ ଦୁଇଟି ଇଭେଣ୍ଟରେ ଭାଗ ନେଇଛନ୍ତି ।